ଓଡିଶା

odisha

ETV Bharat / city

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ, 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ । ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ସ୍ଥାନୀୟ ପାଟପୁର ଥାନା ଅନ୍ତର୍ଗତ ଖପରାପଡା ଗାଁର ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛି ।

By

Published : Dec 12, 2019, 3:56 AM IST

raid by police and excise dept, ganja tree destructed in berhampur, berhampur latest news, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ ଗଞ୍ଜେଇ ଗଛ ନଷ୍ଟ, ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ
10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ବ୍ରହ୍ମପୁର: ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କଲା ପୋଲିସ । ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ସ୍ଥାନୀୟ ପାଟପୁର ଥାନା ଅନ୍ତର୍ଗତ ଖପରାପଡା ଗାଁର ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରିଛି । ଏଥିସହିତ ଆଖପାଖ ଅଞ୍ଚଳରେ ଅନ୍ୟ ସରକାରୀ ଜମିରେ ହେଉଥିବା ଚାଷକୁ ମଧ୍ୟ ଖୁବଶୀଘ୍ର ନଷ୍ଟ କରିବା ପାଇଁ ସୂଚନା ଦେଇଛି ପୋଲିସ ଓ ଅବକାରୀ ବିଭାଗ ।

10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ

ସୂଚନା ମୁତାବକ ଗତ କିଛି ଦିନ ହେବ ସମ୍ପୃକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଦିଗପହଣ୍ଡି ତହସିଲଦାର ଆଦିତ୍ୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲେ । ଚଢାଉରେ ପାହାଡରେ ଥିବା ପ୍ରାୟ 10 ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କରାଯିବା ସହ ଆଗକୁ ଅନ୍ୟ ସ୍ଥାନରେ ମଧ୍ୟ ଗଛ ସବୁ ନଷ୍ଟ କରାଯିବା ପାଇଁ ସୂଚନା ଦେଇଛନ୍ତି ।

ଏହି ଚଢାଉରେ ଗଞ୍ଜାମ ଅତିରିକ୍ତ ଏସପି କେ ଚୌଧୁରୀ, ଅବକାରୀ ବିଭାଗର ଅଜିତ କୁମାର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details