ଓଡିଶା

odisha

ETV Bharat / city

ଲାଞ୍ଚ ନେଉଥିଲେ କଲେଜ ଅଧ୍ୟକ୍ଷ, ବାନ୍ଧିଲା ଭିଜିଲାନ୍ସ - while taking a bribe

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷ । ସେ ନିଜ ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବକେୟା ବିଲ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

vigilance
ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

By

Published : Oct 8, 2020, 10:07 PM IST

ବ୍ରହ୍ମପୁର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷ । ସେ ନିଜ ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବକେୟା ବିଲ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉକ୍ତ କଲେଜ ଅଧ୍ୟକ୍ଷ ଜଣକ ବ୍ରହ୍ମପୁର ସହର ଉପକଣ୍ଠ କୁକୁଡାଖଣ୍ଡି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଏମ. ଟୁନା ପାତ୍ର ।

15 ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ କଲେଜ ଅଧ୍ୟକ୍ଷ

ସେ ନିଜ ସହକର୍ମୀଙ୍କ ଠାରୁ ଏହି ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ଗିରଫ ଅଧ୍ୟକ୍ଷଙ୍କ ଘର ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ କୁରୁଡା ଗ୍ରାମରେ ହୋଇଥିବାବେଳେ ଉକ୍ତ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟେଟର ଭାବରେ କାର୍ଯ୍ୟରତ ରହିଛନ୍ତି ।

ସେ କୁକୁଡାଖଣ୍ଡି କାଳୁଆସାହିର ବସନ୍ତ କୁମାର ଜେନାଙ୍କ ମହାବିଦ୍ୟାଳୟରୁ ଜିପିଏଫ ବିଲ ଏବଂ ଏରିଅର ବିଲ କରାଇବା ପାଇଁ କଲେଜ ଅଧ୍ୟକ୍ଷ ବସନ୍ତ ଜେନାଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ । ଆଉ ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗର ଚଢାଉରେ ତାଙ୍କ ଡାହାଣ ପକେଟରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇ ଅଧ୍ୟକ୍ଷଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details