ବ୍ରହ୍ମପୁର: ଓଡିଆ ପଢା ଲେଖା ଜାଣି ନଥିବା ଯୋଗୁଁ ସରପଞ୍ଚ ବହିଷ୍କାର । ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଗସ୍ତି ନୂଆଁଗାଁ ପଞ୍ଚାୟତରେ ଘଟିଛି । ସମ୍ପୃକ୍ତ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରିଛନ୍ତି ଛତ୍ରପୁର ସିଭିଲ କୋର୍ଟ ।
ଓଡିଆରେ ପଢାଲେଖା ନ ଜାଣି ବିଦା ହେଲେ ସରପଞ୍ଚ - civil court expelled sarpanch
ଓଡିଆ ପଢା ଲେଖା ଜାଣି ନଥିବା ଯୋଗୁଁ ସରପଞ୍ଚଙ୍କୁ ବହିଷ୍କାର କଲେ ସିଭିଲ କୋର୍ଟ । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଅଗସ୍ତି ନୂଆଁଗାଁ ପଞ୍ଚାୟତର ଘଟଣା । ଅଧିକ ପଢନ୍ତୁ...
ଓଡିଆରେ ପଢାଲେଖା ଜାଣି ନଥିବାରୁ ବିଦା ହେଲେ ସରପଞ୍ଚ
ଓଡିଆରେ ପଢାଲେଖା ଜାଣି ନଥିବାରୁ ବିଦା ହେଲେ ସରପଞ୍ଚ
ସୂଚନା ମୁତାବକ, ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ପଞ୍ଚାୟତର ବିଜୟୀ ସରପଞ୍ଚ ପି.ସିମାଦ୍ରୀଙ୍କ ବିରୋଧରେ ଗତ ୨୦୧୭ ମସିହାରେ ଛତ୍ରପୁର ସିଭିଲ କୋର୍ଟରେ ପଞ୍ଚାୟତର ଅନ୍ୟତମ ପ୍ରତିଦ୍ବନ୍ଦୀ ନିବାସୀ ଗୌଡ଼ ଏକ ପିଟିସନ ଦାଖଲ କରିଥିଲେ । ସରପଞ୍ଚ ଜଣକ ଓଡିଆରେ ଲେଖାପଢା ଜାଣିନଥିବା ପିଟିସନରେ ଉଲ୍ଲେଖ ଥିଲା । ଶୁକ୍ରବାର ଛତ୍ରପୁର ସିଭିଲ କୋର୍ଟ ପରିସରରେ ଏହି ମାମଲାର ଶୁଣାଣି ହୋଇଛି । ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ହେତୁ ଅଗସ୍ତି ନୂଆଗାଁ ସରପଞ୍ଚଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ