ଓଡିଶା

odisha

ETV Bharat / city

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଭାଷା ପରୀକ୍ଷା: ଦକ୍ଷିଣାଞ୍ଚଳରେ 7 ଏମପି

ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା । ତେବେ ଦ୍ବିତୀୟ ଦିନରେ ହିଁ ଦକ୍ଷିଣାଞ୍ଚଳ ପରୀକ୍ଷା କେନ୍ଦ୍ର ଗୁଡିକରେ ମୋଟ 7 ଜଣ ଏମପି ହୋଇଛନ୍ତି । ଅଧିକ ପଢନ୍ତୁ ...

chse examination
ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଭାଷା ପରୀକ୍ଷା: ଦକ୍ଷିଣାଞ୍ଚଳରେ 7 ଏମପି

By

Published : Mar 5, 2020, 8:36 AM IST

ବ୍ରହ୍ମପୁର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାର ଦ୍ଵିତୀୟ ଦିନରେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ଏମଆଇଏଲ ଓଡିଆ ଏବଂ ବିକଳ୍ପ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହୋଇଛି । ତେବେ ଦକ୍ଷିଣାଞ୍ଚଳ ପରୀକ୍ଷା କେନ୍ଦ୍ର ଗୁଡିକରେ ଏହା ସୁରୁଖୁରୁରେ ଶେଷ ହୋଇଥିବାବେଳେ କପି କରି 7 ଜଣ ଏମପି ହୋଇଛନ୍ତି ।

ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ ଜିଲ୍ଲାର ଚାରିଟି ପରୀକ୍ଷା କେନ୍ଦ୍ରରେ ଆଜି ଏମ ଆଇ ଏଲ ଓଡିଆ ଓ ବିକଳ୍ପ ଇଂରାଜୀ ପରୀକ୍ଷା ଚାଲିଥିବାବେଳେ ଜୋନାଲ ସ୍କ୍ବାଡ ହାତରେ ଧରାପଡି 6 ଜଣ ଏମପି ହୋଇଛନ୍ତି । ସେହିପରି ରାୟଗଡା ଜିଲ୍ଲାରେ ଜଣେ ପରୀକ୍ଷାର୍ଥୀ ଏମପି ହୋଇଥିବା ସୂଚନା ମିଳିଛି ।

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଗଣ୍ଡଳା ସ୍ଥିତ ଶ୍ରୀ ବେଲେଶ୍ବର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 2 ଜଣ ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ବିଭିନ୍ନ ଚିହ୍ନ ଦେବା ସହ ଠିକ ଚିହ୍ନ ମାରିଥିବାରୁ ଏମପି ହୋଇଥିବାବେଳେ ବମକୋଇ ସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀଙ୍କୁ ସ୍କ୍ବାର୍ଡ ଧରିଛନ୍ତି ।

ଅନ୍ୟପଟେ ପୁଡାମାରି ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦ୍ରରେ 2 ଜଣ ପରୀକ୍ଷାର୍ଥୀ ଓ ଆଠଗଡପାଟଣା ସ୍ଥିତ ନାରାୟଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ଏମପି ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ପ୍ରକାଶ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details