ଓଡିଶା

odisha

ETV Bharat / city

ପ୍ରଚାର ମଇଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଚିକିଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By

Published : Apr 8, 2019, 10:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଚିକିଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋମବାର ହେଲିକ୍ୟାପ୍ଟର ଯୋଗେ ଚିକିଟି ଷ୍ଟାଡିୟମରେ ପହଞ୍ଚିବା ପରେ ସେଠାରୁ ନିର୍ବାଚନ ମଣ୍ଡଳୀ ପରିକ୍ରମା ପାଇଁ ଆୟୋଜିତ ହୋଇଥିଲା ଏକ ବିରାଟ ରୋଡ ଶୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ନେତାଙ୍କୁ ବିଭିନ୍ନ ପଟୁଆରରେ ସମଗ୍ର ସହର ପରିକ୍ରମା କରାଯାଇଥିବାବେଳେ ଏହାକୁ ନେଇ ବେଶ୍‌ ଉତ୍ସାହିତ ରହିଥିଲେ ଜନସାଧାରଣ । ଯାହାର ପ୍ରଭାବ ଆଗାମୀ ନିର୍ବାଚନରେ ନିଶ୍ଚିତ ଭାବରେ ପଡିବ ବୋଲି ପ୍ରକାଶ କରିଥିଲେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details