ବ୍ରହ୍ମପୁର: ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ବ୍ରହ୍ମପୁରରେ ପାଳିତ ହୋଇଛି ବିଜୟ ଉତ୍ସବ । ଗୁରୁବାର ରାଷ୍ଟ୍ରପତି ଭୋଟ ଗଣତି ସମୟରେ NDA ପ୍ରାର୍ଥିନୀ ମୁର୍ମୁ ବିପୁଳ ଭୋଟରେ ବିଜୟୀ ହେବା ପରେ ଏହାକୁ ନେଇ ସହରରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଜିଲ୍ଲା ବିଜେପି ପକ୍ଷରୁ ଆତସବାଜୀ ଫୁଟାଯିବା ସହିତ ମିଷ୍ଟାନ୍ନ ବଣ୍ଟନ କରି ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରାଯାଇଛି ।
ଜିଲ୍ଲା ଉପ-ସଭାପତି ରାମ କୁମାର ପାତ୍ରଙ୍କ ନେତୢତ୍ବରେ ସ୍ଥାନୀୟ କୋର୍ଟପେଟା ଛକ ଠାରେ ବିଜେପି ନେତା ଓ କର୍ମୀ ମାନେ ନୂତନ ରାଷ୍ଟ୍ରପତି ମୁର୍ମୁଙ୍କ ଦୀର୍ଘାୟୁ କାମନା କରିଥିଲେ । ଗୋଟିଏ ସାଧାରଣ ପରିବାରରେ ଜନ୍ମିତ ଆଦିବାସୀ ଅଧିଷ୍ଠିତ ମୟୂରଭଞ୍ଜ ଜିଲ୍ଲାର ଜଣେ ଜନଜାତି ବର୍ଗର ମହିଳାଙ୍କୁ ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି । ମୁର୍ମୁଙ୍କୁ ଏହି ପଦରେ ଅଧିଷ୍ଠିତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ଦଳର ନେତା ଏବଂ କର୍ମୀ ।