ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତୀକରଣ ପାଇଁ ରେଳବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରେଳଷ୍ଟେସନ ପରିସରରେ ଆଧୁନିକୀକରଣ ଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଗ୍ରହଣ କରାଯାଇଛି ଅନେକ ପଦକ୍ଷେପ । ଏହାସହ ବ୍ରହ୍ମପୁର ରେଳଷ୍ଟେସନ ପରିସରକୁ ସଂପୂର୍ଣ୍ଣ ଭାବରେ ସିସିଟିଭି ବ୍ୟବସ୍ଥାରେ କରାଯାଇଛି ସଂଯୋଗ ।
ରେଳଷ୍ଟେସନ ପରିସରରେ ଯେପରି ଯାତ୍ରୀଙ୍କ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ହୋଇପାରିବ, ସେ ନେଇ ପ୍ରଥମ ପର୍ଯ୍ୟାୟରେ ଷ୍ଟେସନ ପରିସରରେ ସଂଯୋଗ କରାଯାଇଛି ୪୦ଟି ସିସି ଟିଭି କ୍ୟାମେରା ।
ରାଜ୍ୟର ଅନ୍ୟ ପ୍ରମୁଖ ରେଳଷ୍ଟେସନ ପରିସରରେ ସିସିଟିଭି କ୍ୟାମେରା ସଂଯୋଗ ହୋଇଥିବାବେଳେ ବିଳମ୍ବରେ ହେଉ ପଛେ ବ୍ରହ୍ମପୁରରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯାଇଛି। ଏହାଦ୍ବାରା ମହିଳାଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଯାତ୍ରୀଙ୍କ କ୍ଷେତ୍ରରେ ସହଯୋଗ ହେବ ବୋଲି କୁହାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ସଂଯୋଗ ହୋଇଥିବା ସିସିଟିଭି କ୍ୟାମେରା ମଧ୍ୟରୁ ପ୍ରଥମ ପ୍ଲାର୍ଟଫର୍ମରେ ୧୯ କ୍ୟାମେରା ,ଦ୍ବିତୀୟ ପ୍ଲାର୍ଟ ଫର୍ମରେ ୧୦ ଟି ଏବଂ ୪ର୍ଥ ପ୍ଲାର୍ଟଫର୍ମରେ ୧୧ ଟି କ୍ୟାମେରା ସଂଯୋଗ କରାଯାଇଥିବାବେଳେ ଏହି ସମସ୍ତ କ୍ୟାମେରାକୁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ସୁରକ୍ଷା ସହିତ ସମସ୍ତ ଦିଗକୁ ଅନୁଧ୍ୟାନ କରିବ ବୋଲି କୁହାଯାଇଛି ।