ଓଡିଶା

odisha

ETV Bharat / city

ଏବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଓ ଗଞ୍ଜାମ ଦଣ୍ଡନୃତ୍ୟ - ଗଞ୍ଜାମ ଦଣ୍ଡ ନୃତ୍ୟ

ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ସହ ଗଞ୍ଜାମର ଦଣ୍ଡନୃତ୍ୟ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଏଥର ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଓ ଗଞ୍ଜାମ ଦଣ୍ଡନୃତ୍ୟ
ଏଥର ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଓ ଗଞ୍ଜାମ ଦଣ୍ଡନୃତ୍ୟ

By

Published : Feb 10, 2021, 8:02 PM IST

ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ଆୟୋଜିତ ହୋଇଆସୁଥିବା ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ଚଳିତବର୍ଷ ଆୟୋଜିତ ହେବ । ଚୈତ୍ର ମାସରେ ମା'ଙ୍କ ଏହି ଯାତ୍ରା ଆୟୋଜନ ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନ ପାଇଁ ତିଥି ସ୍ଥିର ହୋଇଥାଏ । ଚଳିତବର୍ଷ କଟକଣା ମଧ୍ୟରେ ମା'ଙ୍କ ଯାତ୍ରା କିପରି ଆୟୋଜନ କରାଯିବ ସେନେଇ ନିଗମର ପ୍ରଶାସନ ଏବଂ ମୁଖ୍ୟ ପରିଚାଳକଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି ।

ଏଥର ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଓ ଗଞ୍ଜାମ ଦଣ୍ଡନୃତ୍ୟ

ଅନ୍ୟପଟେ ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ସହିତ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନୃତ୍ୟ ଚଳିତବର୍ଷ ମଧ୍ୟ ସମସ୍ତ ପ୍ରକାର ରୀତୀନୀତି ଅନୁଯାୟୀ ଆଯୋଜନ କରାଯିବାକୁ ସ୍ଥିର କରଯାଇଛି । ହେଲେ ଦଣ୍ଡଯାତ୍ରାରେ କେତେ ଭକ୍ତ ରହିବେ ସେମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ କି ନାହିଁ ତାହା ସେହି ସମୟର ନୀତି ନିୟମକୁ ନେଇ ସ୍ଥିର କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ଓ ସ୍ଥାନୀୟ ବିଧାୟକ ।

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବର୍ଷ ଜିଲ୍ଲାର ଦଣ୍ଡନୃତ୍ୟକୁ ବନ୍ଦ ରଖାଯାଇ ଥିବାବେଳେ ଚଳିତବର୍ଷ ସରକାରଙ୍କ କଟକଣାର କୋହଳ ପରେ ଯେପରି ରୀତୀନୀତି ଅନୁଯାୟୀ ଏହାକୁ ପାଳନ କରାଯିବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details