ଓଡିଶା

odisha

ETV Bharat / city

Bride on Dharana day 6; ସଖୀ କେନ୍ଦ୍ର ନଯାଇ ଧାରଣାରେ ତପସ୍ବିନୀ - ସଖୀ କେନ୍ଦ୍ର ନଯାଇ ଧାରଣାରେ ତପସ୍ବିନୀ

ବ୍ରହ୍ମପୁର ବ୍ରହ୍ମାନଗରରେ 6 ଦିନ ହେବ ଶ୍ବଶୁର ଘର ସାମନାରେ ଧାରଣରେ ବସିଥିବା ବସିଥିବା ତପସ୍ବିନୀ ଦାସଙ୍କ ମାମଲା ଆଜି କୋର୍ଟରେ ଶୁଣାଣି ହୋଇଥିଲା । ଅଧିକ ପଢନ୍ତୁ

ସଖୀ କେନ୍ଦ୍ର ନଯାଇ ଧାରଣାରେ ତପସ୍ବିନୀ
Tapaswini Das

By

Published : Nov 27, 2021, 10:55 PM IST

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରରେ 6 ଦିନ ହେବ ଶ୍ବଶୁର ଘର ସାମନାରେ ଧାରଣରେ ବସିଥିବା ବସିଥିବା ତପସ୍ବିନୀ ଦାସ (Tapaswini Das)ଙ୍କ ମାମଲା ଆଜି କୋର୍ଟରେ ଶୁଣାଣି ହୋଇଥିଲା । ସ୍ବାମୀଙ୍କ ପାଖକୁ ଫେରିଯିବା ଓ ଶ୍ବଶୁର ଘରେ ରହିବା ପାଇଁ ଦାବି କରି କୋର୍ଟରେ ଦାଏର କରିଥିବା ମାମଲାର ଆଜି ଶୁଣାଣି କରିଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ (SDJM Court Brahmapur) ।

Bride Dharana; ସଖୀ କେନ୍ଦ୍ର ନଯାଇ ଧାରଣାରେ ତପସ୍ବିନୀ

ତେବେ ଆଜି କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇନଥିବା ବେଳେ, ଆସନ୍ତା 29 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଆବେଦନକାରୀ ତପସ୍ବିନୀଙ୍କୁ 29 ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବଡମେଡିକାଲ ପରିସରରେ ଥିବା ସଖୀ କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଧାରଣାରତ ତପସ୍ବିନୀ ସଖୀ କେନ୍ଦ୍ର ଯିବାକୁ ଅନିଚ୍ଛା ପ୍ରକାଶ କରି ପୁଣି ଥରେ ଶ୍ବଶୁର ଘର ସମ୍ମୁଖରେ ଧାରଣରେ ବସିଛନ୍ତି ।

ଏହାସହ କାନ୍ଦି କାନ୍ଦି ପୁଣି ଥରେ ନ୍ୟାୟ ଭିକ୍ଷା କରିଛନ୍ତି ତପସ୍ବିନୀ । କହିଛନ୍ତି ତାଙ୍କ ସହ ଅନ୍ୟାୟ ହେଉଛି । ନ୍ୟାୟ ଦେବାକୁ ଦାବି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details