ଓଡିଶା

odisha

ETV Bharat / city

ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ କଂଗ୍ରେସର ବିକ୍ଷୋଭ - congress protest over drinking water

ବ୍ରହ୍ମପୁର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦାବିରେ ବ୍ରହ୍ମପୁର ଠାରେ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ । ଅଧିକ ପଢନ୍ତୁ...

ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ କଂଗ୍ରେସର ବିକ୍ଷୋଭ
ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ କଂଗ୍ରେସର ବିକ୍ଷୋଭ

By

Published : Mar 24, 2021, 10:51 PM IST

ବ୍ରହ୍ମପୁର :ବ୍ରହ୍ମପୁର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ କରିବା ଦାବିରେ ବ୍ରହ୍ମପୁର ଠାରେ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ । ଦଳର ଜାତୀୟ କିଶାନ୍ କଂଗ୍ରେସର ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେୃତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବଂ ବ୍ରହ୍ମପୁର ନଗର କଂଗ୍ରେସ କମିଟିର ଡାକରା କ୍ରମେ କଂଗ୍ରେସ ଦଳର କର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ କଂଗ୍ରେସର ବିକ୍ଷୋଭ
ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ କଂଗ୍ରେସର ବିକ୍ଷୋଭ

ଦୀର୍ଘ 21 ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ସରକାରଙ୍କ ପକ୍ଷରୁ ଏହାର ସମାଧାନ କରିପାରିନଥିବା ନେଇ ଅସନ୍ତୋଷ ପ୍ରକାଶ କରାଯିବା ସହିତ ଗତ କିଛି ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ନିଆଯାଇଥିବା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇନଥିବାରୁ ସାଧାରଣ ଜନତା ନାନା ହଇରାଣ ହରକତ ହେଉଥିବାବେଳେ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details