ବ୍ରହ୍ମପୁର: ନକରି ଫେସବୁକ ଆକାଉଣ୍ଟର ଖୋଲିବା ପଡିଲା ମହଙ୍ଗା । ମହିଳାଙ୍କୁ ବଦନାମ କରିବା ପାଇଁ ଫେକ ଫେସବୁକ ଆକାଉଣ୍ଟ କରି ଅଶ୍ଲୀଳ ଫଟୋ ସେୟାର ସହ ଚାର୍ଟ କରିବାରୁ ବନ୍ଧା ହେଲେ ଯୁବକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିିଛି ।
ନକଲି ଫେସବୁକ ଆକାଉଣ୍ଟ ଖୋଲି ମହିଳାଙ୍କୁ ବଦନାମ କରିବା ଘଟଣା, ଜଣେ ଗିରଫ ସହରର ଜଣେ ମହିଳାଙ୍କୁ ବଦନାମ କରିବା ପାଇଁ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ମଞ୍ଜରୀ ନଗରର ଅଞ୍ଚଳର ୨୬ ବର୍ଷୀୟ ଆଶିଷ ପାଢୀ ଏକ ଫେକ ଫେସବୁକ ଆକାଉଣ୍ଟ ଖୋଲିଥିଲେ । ସେଥିରୁ ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ସେୟାର ମଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ସମ୍ପୃକ୍ତ ମହିଳା ଜଣକ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଘଟଣାକୁ ଗୁରୁତର ସହକାରେ ନେଇ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା ।
ସୂଚନା ଅନୁସାରେ,ବ୍ରହ୍ମପୁର ସହରର ଜଣେ ନୃତ୍ୟ ଏକାଡେମୀ ମାଲିକଙ୍କ ନାମରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲିବା ସହ ତାଙ୍କର ବିଭିନ୍ନ ଫୋଟ ଚିତ୍ର ଦେଇ ସମାଜରେ ତାଙ୍କ ମର୍ଯ୍ୟାଦାହାନୀ କରିବା ଉଦ୍ଦେଶ୍ୟରେ ଏପରି କରୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ମୁଖ୍ୟତଃ ଏହି ଘଟଣା ଜଣାପଡିବା ପରେ ଉକ୍ତ ମହିଳା ଜଣଙ୍କ ଗତ ମାର୍ଚ୍ଚ ୧୫ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଘଟଣାର ତଦନ୍ତ କରି ସାଇବର ଥାନା ପୋଲିସ ସ୍ଥାନୀୟ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ‘‘ ମୁଖ୍ୟତଃ ଇଣ୍ଟରନେଟ୍ କାଫେ ସାହାର୍ଯ୍ୟରେ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ତଦନ୍ତ ବେଳେ ଜଣାପଡିଛି । ସେହି ଯୁବକ ନାମରେ ୨୦୧୭ ମସିହାରେ ଦୁଇଟି ମାମଲାରେ କ୍ରାଇବ୍ରାଞ୍ଚ ନିକଟରେ ରହିଥିବା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ସହର ମଧ୍ୟରେ ଥିବା ସମସ୍ତ ଇଣ୍ଟରନେଟ କାଫେ ଗୁଡିକୁ ମଧ୍ୟ ସେ କହିଛନ୍ତି ଯେ, ଯେ କୌଣସି ବ୍ୟକ୍ତି ତାଙ୍କ ଇଣ୍ଟରନେଟ କାଫେକୁ ଆସୁଛନ୍ତି । ସେମାନଙ୍କର ପରିଚୟ ପତ୍ର ରଖିବାକୁ ମଧ୍ୟ ଏସପି ନିବେଦନ କରିଛନ୍ତି ’’ ।
ଇଟିଭି ଭାରତ, ବ୍ରହ୍ମପୁର