ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସହରରେ ବଢିଚାଲିଛି ଅପରାଧ । ଅପରାଧୀ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ନିର୍ଭିକ ଭାବେ ଚଳାଇଛନ୍ତି ଅପରାଧ । ସହରରେ ଅପରାଧ ବଢିବାରୁ ପୋଲିସ ଏବେ ଆକ୍ସନ ମୋଡରେ ।
ଅପରାଧୀଙ୍କୁ ଦମନ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଆରମ୍ଭ କରାଯାଉଛି ଚେକିଂ ଓ ବ୍ଲକିଂ । ଆଉ ପୋଲିସର ଏହି ଅଭିଯାନରେ ମିଳିଛି ବଡ ସଫଳତା । ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ସହରର ଚାରି ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ହନୁମାନ ମୁଦ୍ରା ସହ ଏକ ନକଲି ପରିଚୟ ପତ୍ର ଏବଂ ଗୋଟିଏ ସ୍କର୍ପିଓ କାରକୁ ଜବତ କରାଯାଇଛି । ହନୁମାନ ମୁଦ୍ରା ଦେଖାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି ।