ବ୍ରହ୍ମପୁର:ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କୁ ନିଆଁରେ ଜାଳିଦେଲା ପ୍ରେମିକ । ଗ୍ରାମର ଏକ ନିଛାଟିଆ ସ୍ଥାନକୁ ଡାକି ସ୍ଫିରିଟ୍ ପକାଇ ନିଆଁ ଲଗାଇ ଜାଳିଦେଲା ପ୍ରେମିକ ।ଏଭଳି ଏକ ଲୋମହର୍ଷକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମରେ ।
ଘଟଣା ଅନୁସାରେ ଉକ୍ତ ଗ୍ରାମର ଗୌଡ ସାହିର କୃଷ୍ଣ ଚନ୍ଦ୍ର ସାହୁ ଜିଲ୍ଲାର ବୁଗୁଡ଼ା ଥାନା କଲମ୍ବ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ମଙ୍ଗଳବାର ଗ୍ରାମର ଏକ ନିଛାଟିଆ ସ୍ଥାନକୁ ଡାକି ନେବା ପରେ ସେଠାରେ ସେ ଆଉ ବାହା ହେବ ନାହିଁ ବୋଲି କହିବା ସହ ଯୁକ୍ତତର୍କ କରିବା ପରେ ପ୍ରେମିକ ଜଣଙ୍କ ପୂର୍ବରୁ ନେଇ ରଖିଥିବା ସ୍ପିରିଟ୍ ବୋତଲକୁ ଯୁବତୀଙ୍କ ଉପରେ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଛି ।