ଓଡିଶା

odisha

ETV Bharat / city

ବୌଦ୍ଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ - boudh llabour union news

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ 12 ଦଫା ଦାବି ନେଇ ବନ୍ଦ ଡାକରା ଦିଆଯାଇଥିଲା । ଜିଲ୍ଲାର ପ୍ରମୁଖ ସ୍ଥାନ ଗୁଡିକରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଥିଲା ।

boudh-colse-by-different-labour-union-of-bharat-bandh
ଫଟୋ ସୌଜନ୍ୟ: ପ୍ରତିନିଧି,ବୌଦ୍ଧ

By

Published : Jan 8, 2020, 1:23 PM IST

ବୌଦ୍ଧ: ସର୍ବଭାରତୀୟ ସ୍ତରରେ ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ଡାକରା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ପିକେଟିଂ କରାଯାଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ବୌଦ୍ଧ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବରେ ରାସ୍ତାରୋକ ଓ ଦୋକାନ ବଜାର ବନ୍ଦ କରିଥିଲେ ।

ବୌଦ୍ଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ

ବୌଦ୍ଧ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ହୋଇ 12 ଦଫା ଦାବି ନେଇ ଧର୍ମଘଟ ଡାକରା ଦିଆଯାଇଥିଲା । ବୁଧବାର ସକାଳୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କର୍ମୀ ମାନେ ମିଶି ବୌଦ୍ଧ ସହରର ବ୍ରିଜଛକ, ଏନଏସି ଛକ, କୋର୍ଟ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦରଦାମ ବୃଦ୍ଧି, ଶ୍ରମିକ ମାରଣନୀତି, ଏନଆରସି ଓ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ଏଥିସହିତ ବିଭିନ୍ନ ସ୍କୁଲ କଲେଜ, ଗାଡିମୋଟର, ଦୋକାନ ବଜାର,ବ୍ୟାଙ୍କ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ବୌଦ୍ଧ ସହିତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ,ପୁରୁଣାକଟକ, ଚାରିଛକ,ହରଭଙ୍ଗା ପ୍ରମୁଖ ସ୍ଥାନ ଗୁଡିକରେ ମଧ୍ୟ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details