ବ୍ରହ୍ମପୁର: ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଶୁଭାରମ୍ଭ ହୋଇଛି ୨୪ ଘଣ୍ଟିଆ ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଉତ୍ସର୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଯେକୌଣସି ବ୍ୟକ୍ତିବିଶେଷଙ୍କ ରକ୍ତ ପାଇଁ ଉତ୍ସର୍ଗ ସେବା ହେଲପଲାଇନକୁ ଯୋଗାଯୋଗ କଲେ ରକ୍ତଦାନ ପାଇଁ ରୋଗୀ ନିକଟରେ ପହଞ୍ଚିବେ ପୋଲିସ କର୍ମଚାରୀ ।
ରୋଗୀଙ୍କୁ ରକ୍ତ ଦେବେ ବ୍ରହ୍ମପୁର ପୋଲିସ - ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ
ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଶୁଭାରମ୍ଭ ହୋଇଛି ୨୪ ଘଣ୍ଟିଆ ରକ୍ତଦାନ ସହାୟତା ଉତ୍ସର୍ଗ ଭଳି ସ୍ବତନ୍ତ୍ର କାର୍ଯ୍ୟକ୍ରମ ।
ରୋଗୀଙ୍କୁ ରକ୍ତ ଦେବେ ବ୍ରହ୍ମପୁର ପୋଲିସ
ମୁଖ୍ୟତଃ ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥସେବା ପାଇଁ ବ୍ରହ୍ମପୁର ସହରର ଏମ୍.କେ.ସି.ଜି ମେଡିକାଲ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାରେ ପ୍ରାୟ ୧୨ ଶହ ପୋଲିସ ଅଧିକାରୀ ଓ କର୍ମଚାରୀ ରହିଥିବାରୁ ସେମାନଙ୍କ ସହ କିଛି ସ୍ବେଚ୍ଛାସେବୀଙ୍କୁ ନେଇ ରୋଗୀଙ୍କୁ ଯେପରି ସୁବିଧାରେ ରକ୍ତଦାନ କରାଯାଇପାରିବ ତାହାକୁ ନେଇ ବ୍ରହ୍ମପୁର ପୋଲିସ 'ମୋ ସରକାର' ଯୋଜନାରେ ସାଧାରଣ ଜନତାଙ୍କ ଅଧିକ ନିକଟତର ହେବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ