ବ୍ରହ୍ମପୁର: ସାରା ବିଶ୍ବର ଚିନ୍ତା ବଢାଇଛି ମହାମାରୀ କୋରୋନା । ଯାହାର ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ୍ । ଏପରିକି ରାଜ୍ୟରେ ଏହାକୁ ଅପ୍ରେଲ 30 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାରି ଭିତରେ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ । ତେବେ କିପରି ରହିଛି ବ୍ରହ୍ମପୁର ଏମକେସିଜିର ରକ୍ତଭଣ୍ଡାରର ସ୍ଥିତି ଦେଖନ୍ତୁ ରିପୋର୍ଟ...
ଲକ୍ଡାଉନ୍ ଲାଗି ବ୍ରହ୍ମପୁରର ଏମକେସିଜିରେ ଦେଖାଦେଇଛି ରକ୍ତ ସଙ୍କଟ । ଗୋଟିଏ ପଟେ ଲକ୍ଡାଉନ୍ ଓ ଅନ୍ୟପଟେ ଜିଲ୍ଲାରେ ଦୈନିକ 19 ଘଣ୍ଟିଆ ସଟ୍ଡାଉନ୍, ରକ୍ତଦାନ ଉପରେ ଦାଉ ସାଜିଛି । ଲୋକେ ପଦାକୁ ଗୋଡ କାଢି ପାରୁନଥିବାବେଳେ ରକ୍ତଦାନ ଶିବିର ହୋଇପାରୁନାହିଁ । ଫଳରେ ରକ୍ତଭଣ୍ଡାର ଖାଲି ହୋଇଯାଉଛି । ଯାହାକୁ ଦେଖି ଆଗେଇ ଆସିଛି ସହରର ସବୁଜ ବାହିନୀ । ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ସାମାଜିକ ଦୂରତ୍ବ ରକ୍ଷା କରି ରକ୍ତଭଣ୍ଡାର ପରିସରରେ କରାଉଛି ସ୍ବେଚ୍ଛାକୃତ ରକ୍ତଦାନ ।