ବ୍ରହ୍ମପୁର:ପ୍ରମୋଦିନୀ ହତ୍ୟା ମାମଲାକୁ ନେଇ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ପ୍ରମୋଦିନୀ ହତ୍ୟା ମାମଲାରେ ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷ ଏବଂ ସ୍ଥାନୀୟ କେ ନୂଆଗାଁ ଥାନା ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ଦାବି କରି ବିଜେପି ପକ୍ଷରୁ ଦିଗପହଣ୍ଡି ତହସିଲଦାରଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମରେ ହୋଇଥିବା ପ୍ରମୋଦିନୀ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଜେପି ପକ୍ଷରୁ ଏଭଳି ଅଭିଯୋଗ ଆସିଛି । ଏଥିରେ ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ, ପରେଶ ରଥ, ମହନ୍ତ ଚିନ୍ମୟ ନନ୍ଦ ଦାସଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।