ବ୍ରହ୍ମପୁର: ବେଆଇନ ବିଦ୍ୟୁତ୍କାଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଞ୍ଜାମବାସୀ(BJP protests against Power cut) । ଏହାକୁ ବିରୋଧ କରି ସୋମବାର ବିଜେପି କର୍ମୀ ବ୍ରହ୍ମପୁରସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ସମୟରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ବିଜେପି କର୍ମୀଙ୍କୁ ଭିତରକୁ ନଛଡ଼ାଯିବାକୁ ଚାପା ଉତ୍ତେଜନା ଦେଖା ଦେଇଥିଲା(TATA power office gherao in Berhampur) । ବିଜେପି ନେତୃବୃନ୍ଦ ଆଲୋଚନା ପାଇଁ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରି ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ମଧ୍ୟ ବାହାରକୁ ଆସିନଥିଲେ । ଏହାକୁ ନେଇ ବିଜେପି ନେତୃବୃନ୍ଦ ଅସନ୍ତୋଷ ଜାହିର କରିଥିଲେ ।
ବ୍ରହ୍ମପୁର ସହର ସମେତ ପୂରା ଜିଲ୍ଲାରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟୁତକାଟ ସମସ୍ୟାର ସମଧାନ ପାଇଁ ସୋମବାର ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଶେଷରେ ଶୋଭାଯାତ୍ରା ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାରାବାଜୀ ଆରମ୍ଭ କରିଥିଲେ ବିଜେପି କର୍ମୀ । ଏହାପରେ ଟାଟା ପାୱାର ସିଇଓଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମ ରହିଥିଲା । ତେବେ ଏଥିପାଇଁ ବିଜେପି କର୍ମୀଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡ଼ିନଥିଲେ ସୁରକ୍ଷାକର୍ମୀ । ଏହାପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।