ବ୍ରହ୍ମପୁର:କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ବିଜେପି ପକ୍ଷରୁ କରାଯାଇଛି ପ୍ରତିବାଦ । ଦଳୀୟ କର୍ମୀମାନେ ପୋଲିସ ଉପରକୁ ବହୁ ମାତ୍ରାରେ ଅଣ୍ଡା ଓ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି ।
ତେବେ ଆନ୍ଦୋଳନକାରୀଙ୍କ ଏହି ଆକ୍ରମଣରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ମମିତାଙ୍କୁ ନ୍ୟାୟ ସହିତ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସାରା ରାଜ୍ୟରେ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାରି କ୍ରମରେ ଜିଲ୍ଲା ବିଜେପିର କର୍ମକର୍ତ୍ତାମାନେ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।