ଓଡିଶା

odisha

ETV Bharat / city

ଟୀକାକରଣ କେନ୍ଦ୍ରରେ ରାଜନୀତି ଅଭିଯୋଗ, ବିଜେପି ପକ୍ଷରୁ ବିରୋଧ - bjp protest

ଟୀକାକରଣ କେନ୍ଦ୍ରରେ ରାଜନୀତିର ଅଭିଯୋଗ ଆଣି ବିଜେପି ପକ୍ଷରୁ ବିରୋଧ । ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ପକ୍ଷରୁ ବିଭିନ୍ନ ଟୀକାକରଣ କେନ୍ଦ୍ର କରାଯାଇଥିଲା ପରିଦର୍ଶନ । ଅଧିକ ପଢନ୍ତୁ....

bjp protest in berhampur
ଟୀକାକରଣ କେନ୍ଦ୍ରରେ ରାଜନୀତି ଅଭିଯୋଗ;ବିଜେପି ପକ୍ଷରୁ ବିରୋଧ

By

Published : Jun 23, 2021, 7:11 AM IST

ବ୍ରହ୍ମପୁର:ଟୀକାକରଣ କେନ୍ଦ୍ରରେ ରାଜନୀତିର ଅଭିଯୋଗ ଆଣି ବ୍ରହ୍ମପୁରରେ ଗଞ୍ଜାମ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ପକ୍ଷରୁ ବ୍ରହ୍ମପୁରର ବିଭିନ୍ନ ଟୀକାକରଣ କେନ୍ଦ୍ର ପରିଦର୍ଶନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଯାଇ ଟୀକାକରଣ କେନ୍ଦ୍ର ପରିଦର୍ଶନ କରିବା ସମୟରେ ସମଗ୍ର ଭାରତବର୍ଷରେ ନିଃଶୁଳ୍କ ଟୀକାକରଣ ନେତୃତ୍ବ ନେଉଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଏକ କାର୍ଡ ମଧ୍ୟ ଟିକା ନେଉଥିବା ଲୋକଙ୍କୁ ଦିଆଯାଉଛି । ଏହି କାର୍ଯ୍ୟକଳାପକୁ ବିଜେପି ଯୁବ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ତରଫରୁ ବିରୋଧ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବ୍ୟାନରକୁ ଚିରା ଯିବା ସହ ଦିଆଯାଉଥିବା ରାଜ୍ୟ ସରକାରଙ୍କ କାର୍ଡକୁ ମଧ୍ୟ ଚିରା ଯାଇଥିଲା ।

ଟୀକାକରଣ କେନ୍ଦ୍ରରେ ରାଜନୀତି ଅଭିଯୋଗ;ବିଜେପି ପକ୍ଷରୁ ବିରୋଧ

ଏହାପରେ ଏହି ଟିମ ଯାଇ ବ୍ରହ୍ମପୁର ମହାନଗର ନିଗମ କମିଶନରକୁ ସାକ୍ଷାତକାର କରି ସୁଦ୍ଧା ସମସ୍ତ ବ୍ୟାନର ହଟାଯିବା ସହ ପ୍ରଧାନମନ୍ତ୍ରୀଙ୍କ ବ୍ୟାନର ଲଗାଇବା ପାଇଁ ଦାବି ଜଣାଇଥିଲା । ଏହି ଟିମରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details