ଓଡିଶା

odisha

ETV Bharat / city

ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଜୟଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିକ୍ଷୋଭ - ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଜୟଙ୍କ ମନ୍ତବ୍ୟ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଜୟଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିକ୍ଷୋଭ
ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଜୟଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିକ୍ଷୋଭ

By

Published : Jul 15, 2022, 10:51 AM IST

ବ୍ରହ୍ମପୁର:ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଜୟ କୁମାରଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ଘୃଣ୍ୟ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଦାବି କରାଯାଇଛି ।

ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅଜୟଙ୍କ ମନ୍ତବ୍ୟକୁ ନେଇ ବ୍ରହ୍ମପୁରରେ ବିକ୍ଷୋଭ

ଜଣେ ମହିଳା, ଆଦିବାସୀ, ଦଳିତଙ୍କୁ କଂଗ୍ରେସ ଅପମାନିତ କରିଥିବା ନେଇ ଦଳ ପକ୍ଷରୁ ଏଭଳି ଘଟଣାକୁ ନିନ୍ଦା କରାଯାଇଛି । ଏନେଇ ବିଜେପି ପକ୍ଷରୁ କୁହାଯାଇଛି ଯେ, "କଂଗ୍ରେସର ଏହି ମନ୍ତବ୍ୟ ଓଡ଼ିଆ ଭାବାବେଗକୁ ଆଘାତ ଦେବା ସହ ଏହା ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି । ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଂଗ୍ରେସ ମୁଖପାତ୍ରଙ୍କ ଘୃଣ୍ୟ ମନ୍ତବ୍ୟ ଦେବା ପାଇଁ ରାହୁଲ୍ ଗାନ୍ଧୀ କ୍ଷମା ମାଗନ୍ତୁ ।"

ଏହି ଘଟଣାକୁ ନେଇ ସହରର ସ୍ଥାନୀୟ ଗିରିରୋଡ୍ ଛକ ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମୁଖରେ ରାହୁଲ୍ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । କଂଗ୍ରେସ ନେତାଙ୍କ ଏଭଳି ହୀନ ମନ୍ତବ୍ୟକୁ ବିଜେପି ନେତା ମାନେ ଦୃଢ଼ ବିରୋଧ କରିବା ସହ କଂଗ୍ରେସ ଦଳ ଉପରେ ବର୍ଷିଥିଲେ। ନରେନ୍ଦ୍ର ମୋଦି, ଦ୍ରୌପଦୀ ମୁର୍ମୁଙ୍କ ଭଳି ବ୍ୟକ୍ତିତ୍ବକୁ ବରଦାସ୍ତ କରିପାରୁନଥିବା କଂଗ୍ରେସ ଦଳ ଏକ ଗଣତନ୍ତ୍ର ବିରୋଧୀ ଏବଂ ଓଡ଼ିଆ ବିରୋଧି ବୋଲି ବିଜେପି ନେତା ମାନେ ସମାଲୋଚନା କରିଛନ୍ତି ।

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାରଙ୍କ ଟିପ୍ପଣୀକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରିବା ସହ ନିନ୍ଦନୀୟ ବୋଲି କହିଛି ବିଜେପି । ଅଜୟ କୁମାର କହିଛନ୍ତି ଯେ, "ଦ୍ରୌପଦୀ ମୁର୍ମୁ ଭାରତର ଅତ୍ୟନ୍ତ ଭୁଲ୍ ବିଚାରଧାରାକୁ ପ୍ରତିନିଧିତ୍ଵ କରୁଛନ୍ତି । ସେ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ୍‌ ନୁହେଁ । ମୋଦି ସରକାର କେବଳ ପ୍ରତୀକ ଦ୍ଵାରା ଭାରତର ଲୋକଙ୍କୁ ବୋକା ବନାଉଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବର୍ତ୍ତମାନ ରାଷ୍ଟ୍ରପତି ଅଛନ୍ତି କିନ୍ତୁ ସେ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।"

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

TAGGED:

ABOUT THE AUTHOR

...view details