ବ୍ରହ୍ମପୁର: ବିଜେପି ପକ୍ଷରୁ ବ୍ରହ୍ମପୁର ସହରରେ ରାଷ୍ଟ୍ରୀୟ ଏକତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସାଧାରଣ ସଭାରେ ଧାରା ୩୭୦ ର ଉଚ୍ଛେଦ ସଂପର୍କରେ ଜନ ଜାଗରଣ କରାଯାଇଥିଲା । ଏଥିରେ ଜିଲ୍ଲାର ଦଳର ନେତୃବୃନ୍ଦଙ୍କ ସମେତ ସହରର ବହୁ ବୁଦ୍ଧିଜୀବି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ରହିଥିଲେ ।
ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଏକତା ଅଭିଯାନ କାର୍ଯ୍ୟକ୍ରମ
ବିଜେପି ପକ୍ଷରୁ ବ୍ରହ୍ମପୁର ସହରରେ ରାଷ୍ଟ୍ରୀୟ ଏକତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସାଧାରଣ ସଭାରେ ଧାରା ୩୭୦ ର ଉଚ୍ଛେଦ ସଂପର୍କରେ ଜନ ଜାଗରଣ କରାଯାଇଥିଲା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ସୂଚନାନୁଯାୟୀ, ସହରର ଡାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ରୂପେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି , ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର , ବରିଷ୍ଠ ଆଇନଜୀବୀ ସୁଧାଶୁଂ ପତି , ରାଜ୍ୟ ସଂପାଦକ ବିଭୂତି ଭୂଷଣ ଜେନା ଅଭିଯାନର ଦକ୍ଷିଣ ଓଡିଶା ସଂଯୋଜକ ସରୋଜ ସାବତ ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ