ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତର ଦିନକ ପୂର୍ବରୁ ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ । କାର୍ଯ୍ୟକ୍ରମରେ ବିଜେପି ନେତାଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏପରି କରିଛି ଗଞ୍ଜାମ ପୋଲିସ ।
ସୂଚନା ଅନୁଯାୟୀ, ଆଜି(ରବିବାର) ସ୍ମାର୍ଟ କାର୍ଡ ବଣ୍ଟନ(Smart Heath Card Distribution) ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତ କରିବେ । ଏହା ପୂର୍ବରୁ ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇ ନେଇଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ବିଜେପି ନେତାଙ୍କୁ ରାତି ଅଧିଆ ଉଠାଇ ନେଇ ପୋଲିସ ଅଟକ ରଖିଥିବା ଜଣାପଡିଛି ।