ଓଡିଶା

odisha

ETV Bharat / city

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ପ୍ରଦର୍ଶନ, ବିଜେଡିକର୍ମୀଙ୍କ ସହ ଧସ୍ତାଧସ୍ତି

ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଟ୍ଟହଟ୍ଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗ ଦେବାକୁ ନେଇ ବିଜେଡି କର୍ମୀ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

bjd workers oppose to gopalpur mla pradeep panigrahi in kamalapur ganjam on independence day
ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ, ବିଜେଡିକର୍ମୀ ସହ ଧସ୍ତାଧସ୍ତି

By

Published : Aug 15, 2022, 5:44 PM IST

Updated : Aug 15, 2022, 9:55 PM IST

ବ୍ରହ୍ମପୁର: ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିକର୍ମୀଙ୍କ ବିରୋଧ (bjd workers oppose to Gopalpur MLA pradeep panigrahi in kamalapur) । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର କମଳାପୁର ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗ ଦେବାକୁ ନେଇ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଯାହା ଫଳରେ ଘଟଣାସ୍ଥଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ପ୍ରଦର୍ଶନ

ଘଟଣା ମୁତାବକ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର କମଳାପୁର ଗ୍ରାମରେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବାକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ବିଧାୟକ ନିଜ ସମର୍ଥକଙ୍କ ସହ କାର ଯୋଗେ ଯାଉଥିବା ସମୟରେ କମଳାପୁର ଛକଠାରେ ବିଜେଡିକର୍ମୀମାନେ କଳାପତକା ଦେଖାଇ ବିରୋଧ କରିଥିଲେ । କର୍ମୀମାନେ ରାସ୍ତା ଛାଡିନଥିବାରୁ ବିଧାୟକ ଓ ବିଜେଡି ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଏନେଇ ବିଜେଡି ନେତା ପ୍ରତିକ୍ରିୟା ରଖି କହିଛନ୍ତି, " ବିଧାୟକ ଯେଉଁ ସ୍ଥାନକୁ ଗଲେ ତାଙ୍କୁ ବିରୋଧ କରାଯିବ । ସେ ଜନବିରୋଧୀ କାର୍ଯ୍ୟକ୍ରମ କରୁଛନ୍ତି, ଆଗାମୀ ଦିନରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ତୀବ୍ର ବିରୋଧ କରାଯିବ ।" ଅନ୍ୟପଟେ ସ୍ବାଧୀନତା ଦିବସରେ ଅତିଥି ଭାବେ ଆସିଥିବା ବିଧାୟକଙ୍କୁ ବିଜେଡି ପକ୍ଷରୁ କରାଯାଇଥିବା ବିରୋଧକୁ ନେଇ ସ୍ଥାନୀୟ ବାସିନ୍ଦା ନିନ୍ଦା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 15, 2022, 9:55 PM IST

ABOUT THE AUTHOR

...view details