ବ୍ରହ୍ମପୁର: ଆଠ ଦଫା ଦାବି ନେଇ ତାତିଲା ଭବିଷ୍ୟନିଧି କର୍ମଚାରୀ ୟୁନିଅନ୍ । ଏନେଇ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଇପିଏଫ୍ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଛନ୍ତି ।
ଗ୍ରୁଫ୍ ସି ଏବଂ ଡି କର୍ମଚାରୀଙ୍କ କ୍ୟାଡର ପୁନଃଗଠନରେ ସାମିଲ କରିବା ସହ ଏମାନଙ୍କ ପଦୋନ୍ନତି କରିବା, ଖାଲି ପଡିଥିବା ପଦବୀକୁ ପୂରଣ କରିବା, ମୃତ କର୍ମଚାରୀଙ୍କ ପରିବାର ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଭଳି ଦାବିକୁ ତୁରନ୍ତ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।