ଓଡିଶା

odisha

ETV Bharat / city

ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବ୍ରହ୍ମପୁରର ସ୍ବୟଂ ସିଦ୍ଧା ବାହିନୀ - ବିପର୍ଯ୍ୟୟ ମୁକାବିଲା

ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା । ବିଭିନ୍ନ ସମୟରେ ବାତ୍ୟାଠାରୁ ଆରମ୍ଭ କରି ବନ୍ୟା ଭଳି ବିପର୍ଯ୍ୟୟ ସମୟରେ କୌଣସି ଜୀବନ ନଯିବା ଲକ୍ଷ୍ୟ ରଖି ମୁକାବିଲା କରିଛି ଗଞ୍ଜାମ ଜିଲ୍ଲା ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ସ୍ବୟଂ ସିଦ୍ଧା ବାହିନୀ

By

Published : Oct 29, 2019, 12:14 PM IST

ବ୍ରହ୍ମପୁର: ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଗଞ୍ଜାମ ଜିଲ୍ଲା । ବିଭିନ୍ନ ସମୟରେ ବାତ୍ୟାଠାରୁ ଆରମ୍ଭ କରି ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖି ମୁକିବିଲା କରିଛି ଗଞ୍ଜାମ ଜିଲ୍ଲା । ତେବେ କୌଣସି ବିପର୍ଯ୍ୟୟ ଆସିଲେ ଗଞ୍ଜାମ ଜିଲ୍ଲା କେତେ ପ୍ରସ୍ତୁତ ସେନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ସ୍ବୟଂ ସିଦ୍ଧା ଟିମର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।

ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ସ୍ବୟଂ ସିଦ୍ଧା ବାହିନୀ

ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ମୁକାବିଲା କୌଶଳ ଏହାକୁ ଦେଶ ତଥା ବିଦେଶରେ ଖ୍ୟାତି ଦେଇଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ମହିଳା ସ୍ବୟଂ ସହାୟକ ସଙ୍ଘର ସଦସ୍ୟଙ୍କୁ ନେଇ ଗଠନ କରାଯାଇଛି ସ୍ବୟଂ ସିଦ୍ଧା ।

ଏହି ଟିମ୍ ବିପର୍ଯ୍ୟୟଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ନିଜକୁ ପ୍ରସ୍ତୁତ ରଖିଥିବା ବେଳେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଏହି ସ୍ବୟଂ ସିଦ୍ଧା ବାହିନୀ ନିଜକୁ କେତେ ପ୍ରସ୍ତୁତ ତାହାକୁ ପ୍ରଦର୍ଶିତ କରିଛନ୍ତି । ଏପରିକି ଜିଲ୍ଲାର ଓଡ୍ରାଫଠାରୁ ଆରମ୍ଭ କରି ଅଗ୍ନିଶମ ବିଭାଗ, ପୋଲିସ ଓ ସ୍ବେଚ୍ଛାସେବୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details