ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ ନବନିଯୁକ୍ତ କୁଳପତି ଗୀତାଞ୍ଜଳି ଦାଶଙ୍କ ସାମ୍ବାଦିକ ସମ୍ମିଳନୀ । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁନାଗରିକ ଗଠନ କରିବା ପ୍ରମୁଖ ଲକ୍ଷ୍ୟ ରଖିଥିବା କହିଛନ୍ତି କୁଳପତି ଗୀତାଞ୍ଜଳି ଦାଶ । ଅସମାନତା ଦୂର କରିବା ସହିତ ଯେଉଁମାନଙ୍କ ପାଖରେ ଶିକ୍ଷା ପହଞ୍ଚି ପାରୁନାହିଁ, ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କୁଳପତି ।
ରାଜ୍ୟଠୁ ନେଇ ଦେଶରେ ଶିକ୍ଷାର ବୈପ୍ଲବିକ ପରିବର୍ତ୍ତନ ଆସୁଛି । ଏଣୁ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସୁ-ନାଗରିକ ଗଠନ କରିବା ପ୍ରମୁଖ ଭିଜନ ରଖାଯାଇଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଦାୟିତ୍ବ ଗ୍ରହଣ କରିଥିବା ପ୍ରଥମ ମହିଳା କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କରିଛନ୍ତି । ଦାୟିତ୍ବ ଗ୍ରହଣ କରିବା ପରେ କୁଳପତି ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ କଣ କରିବା ଆବଶ୍ୟକ, ଶୈକ୍ଷିକ ବାତାବରଣ ପାଇଁ ଆଗାମୀ ଦିନରେ କିଭଳି ରହିବ ରୋଡ ମ୍ୟାପ୍ ସେ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରିଛନ୍ତି ।