ବ୍ରହ୍ମପୁର:ଚାଲିଛି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରକ୍ରିୟା । ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟଳୟର ଆଇ.ଆର୍.ପି.ଏମ୍ ବିଭାଗ ଏବଂ ସିପେଟ (CPET) ର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ନାମ ଲେଖାଇବାକୁ ଆସି ହଟହଟା ହୋଇଛନ୍ତି ଦୁଇ ଜଣ ଛାତ୍ରୀ । ବିଶ୍ୱବିଦ୍ୟାଳୟର ସ୍ପର୍ଟ ଆଡମିସନରେ ନାମ ଲେଖାଇବା ପାଇଁ ଆସିଥିବା ଦୁଇ ଛାତ୍ରୀ ପୂର୍ବରୁ ନାମଲେଖାଇବାର ନିର୍ଦ୍ଧାରିତ ଟଙ୍କା ଦାଖଲ କରିଥିଲେ ମଧ୍ୟ ବର୍ତ୍ତମାନ ସାମସର ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କୁହାଯାଇଛି (Spot Admission issue in Berhampur university) ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ଚଳିତ ବର୍ଷର ସ୍ପର୍ଟ ଆଡମିସନ ପାଇଁ ଆସିଥିବା ଦୁଇ ଜଣ ଛାତ୍ରୀ ହୋଇଛନ୍ତି ହଟାହଟା (two girl students faces admission issue) । ବିଭାଗରେ ଖାଲିଥିବା ସିଟ ପାଇବା ପାଇଁ ଅନଲାଇନରେ ଆବେଦନ ମଧ୍ୟ କରିଥିଲେଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ଦିଗପହଣ୍ଡି ଅଞ୍ଚଳର ଛାତ୍ରୀ ଶୁଭଶ୍ରୀ ସାହୁ ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ନାମ ଲେଖାଇବା ପାଇଁ ରହିଥିବା ୱେବସାଇଟ ଜରିଆରେ ଏହି ଦୁଇ ବିଦ୍ୟାର୍ଥୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟର ଯୋଗ୍ୟ ଚୟନ ତାଲିକାରେ ରହିଥିବା ଜାଣିପାରିଥିଲେ । ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ରହିଥିବା ଯୋଗୁଁ ଦୁଇ ଛାତ୍ରୀ ଏଠାରେ ନାମ ଲେଖାଇବା ପାଇଁ ଅନଲାଇନ ମାଧ୍ୟମରେ ଚୟନ କରିବା ସହ ସରକାରଙ୍କ ନିର୍ଦ୍ଧାରିତ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଲେଖାଏଁ ଜମା କରିଥିଲେ । ଯାହାକୁ ନେଇ ଦୁହେଁ ଲେଖାଇବାର ଯୋଗ୍ୟ ବିବେଚିତ ପତ୍ର ପାଇବା ସହ ସାମର୍ସ ୱେବସାଇଟ ରେ ପାଇଥିଲେ । ହେଲେ ଏହାର ସ୍ପର୍ଟ ଆଡମିସନ ଆରମ୍ଭ ହୋଇଥିବାରୁ ଦୁଇ ବିଦ୍ୟାର୍ଥୀ ନାମ ଲେଖାଇବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ନେଇ ପହଞ୍ଚିବା ପରେ ଚୟନ ପକ୍ରିୟା ତ୍ରୁଟିପୂର୍ଣ୍ଣ ରହିଥିବା ଦର୍ଶାଇ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।