ବ୍ରହ୍ମପୁର: କୋରୋନା ମହାମାରୀର ଦ୍ବିତୀୟ ଲହରୀ ସଂକ୍ରମଣ ଦେଖି ଭିଡ ଗହଳି ଏଡାଇବାକୁ ଜାରି ହୋଇଛି ଗାଇଡଲାଇନ। ଦଣ୍ଡନୃତ୍ୟ ଓ ଦୋଳଯାତ୍ରା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଏହି ଗାଇଡଲାଇନ ଜାରି କରିଛନ୍ତି ।
ଚୈତ୍ର ମାସରେ ଆୟୋଜିତ ହେବ ଗଞ୍ଜାମର ପ୍ରସିଦ୍ଧ ପାରମ୍ପାରିକ ଦଣ୍ଡନୃତ୍ୟ । ଏହାସହ ଆଉ କିଛିଦିନ ମଧ୍ୟରେ ମଧ୍ୟ ଆୟୋଜିତ ହେବ ଦୋଳଯାତ୍ରା । ତେବେ ଏହାକୁ କୋଭିଡ ଗାଇଡଲାଇନ ମଧ୍ୟରେ ରହି କିପରି ଏହାକୁ ପରିଚାଳନା କରାଯିବ, ତାହାକୁ ନେଇ ଏସଓପି ଜାରି କରିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତ୍ତିଭାଶନ ।