ଓଡିଶା

odisha

ETV Bharat / city

ମାର୍ଶଲ ଆର୍ଟ ପ୍ରତି ବଢୁଛି ବିଦ୍ୟାର୍ଥୀଙ୍କ ଆଗ୍ରହ, ଆତ୍ମ ସୁରକ୍ଷା ପାଇଁ ଦିଆଯାଉଛି ତାଲିମ - ବିଦ୍ୟାର୍ଥୀ

ଆତ୍ମ ସୁରକ୍ଷା ଓ ନିଜକୁ ଫିଟ ରଖିବା ପାଇଁ ମାର୍ଶଲ ଆର୍ଟ ତାଲିମ ନେଉଛନ୍ତି ବ୍ରହ୍ମପୁରର ଛାତ୍ରଛାତ୍ରୀ । କିକ୍‌, ପଞ୍ଚ ଭଳିକି ଭଳି ମାର୍ଶଲ ଆର୍ଟ ଟ୍ରେନିଂ ନେଉଛନ୍ତି ପିଲା । ଅଧିକ ପଢନ୍ତୁ

ମାର୍ଶଲ ଆର୍ଟ ପ୍ରତି ବଢୁଛି ବିଦ୍ୟାର୍ଥୀଙ୍କ ଆଗ୍ରହ, ଆତ୍ମ ସୁରକ୍ଷା ପାଇଁ ଦିଆଯାଉଛି ତାଲିମ
ମାର୍ଶଲ ଆର୍ଟ ପ୍ରତି ବଢୁଛି ବିଦ୍ୟାର୍ଥୀଙ୍କ ଆଗ୍ରହ, ଆତ୍ମ ସୁରକ୍ଷା ପାଇଁ ଦିଆଯାଉଛି ତାଲିମ

By

Published : Nov 18, 2021, 4:02 PM IST

Updated : Nov 18, 2021, 4:51 PM IST

ବ୍ରହ୍ମପୁର:ମାର୍ଶଲ ଆର୍ଟ ପ୍ରତି ରେଶମ ସହର ବିଦ୍ୟାର୍ଥୀଙ୍କ ବଢୁଛି ଆଗ୍ରହ । ବିଦ୍ୟାର୍ଥୀମାନେ ପାଠପଢା ସହିତ ଅବଶିଷ୍ଟ ସମୟ ଏବେ ମାର୍ଶଲ ଆର୍ଟ ପ୍ରତି ମନୋନିବେଶ କରୁଛନ୍ତି। ଏନେଇ ରେଶମ ସହର ବ୍ରହ୍ମପୁରର ବିଦ୍ୟାର୍ଥୀମାନେ ନିଜର ଆତ୍ମ ସୁରକ୍ଷା ସହିତ ଫିଟ୍ ରହିବା ପାଇଁ ମାର୍ଶଲ ଆର୍ଟର ତାଲିମ ନେଉଛନ୍ତି । ସହରରେ ଥିବା ପେନକାକ୍ ସିଲଟ କେନ୍ଦ୍ରରେ ନିୟମିତ ଭାବରେ ଏହି ତାଲିମ ଦିଆଯାଉଛି । ମୁଖ୍ୟତଃ ଶାରୀରିକ ବ୍ୟାୟାମ ଠାରୁ ଆରମ୍ଭ କରି ବିଭିନ୍ନ କୌଶଳ ଶିଖାଉଛନ୍ତି ପ୍ରଶିକ୍ଷକ । ଯାହାକୁ ନେଇ ଅଭ୍ୟାସ କରୁଛନ୍ତି ଉଭୟ ଛାତ୍ରଛାତ୍ରୀ । କିକ୍, ପଞ୍ଚ ଠାରୁ ଆରମ୍ଭ କରି ପ୍ରତ୍ୟେକ ଦିନ ନିଜର ଅଭ୍ୟାସ ଜାରି ରଖିଛନ୍ତି ବିଦ୍ୟାର୍ଥୀମାନେ । ତେବେ କିପରି ନିଜ ନିଜର ଆତ୍ମରକ୍ଷା ପାଇଁ କାର୍ଯ୍ୟ କରିପାରିବେ, ସେ ନେଇ ପ୍ରଶିକ୍ଷଣ ମାଧ୍ୟମରେ ଦିଆଯାଉଛି ଗୁରୁତ୍ବ ।

ମାର୍ଶଲ ଆର୍ଟ ପ୍ରତି ବଢୁଛି ବିଦ୍ୟାର୍ଥୀଙ୍କ ଆଗ୍ରହ, ଆତ୍ମ ସୁରକ୍ଷା ପାଇଁ ଦିଆଯାଉଛି ତାମିଲ

ମୁଖ୍ୟତଃ ବ୍ରହ୍ମପୁର ସହରରେ ପ୍ରଶିକ୍ଷଣ ଦିଆଯାଉଥିବା ଏହି ମାର୍ଶଲ ଆର୍ଟ ଇଣ୍ଡୋନେସିଆର ବୋଲି କୁହାଯାଇଥିବା ବେଳେ ବିଭିନ୍ନ ଆର୍ଟର ରହିଥିବା ସମସ୍ତ କୌଶଳକୁ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଆଗ୍ରହର ସହିତ ଅଭ୍ୟାସ ଜାରି ରଖିଥାନ୍ତି । ମାର୍ଶଲ ଆର୍ଟ ତାଲିମ ପାଇଁ ୫ ବର୍ଷରୁ ୬୫ ବର୍ଷ ବୟସ୍କଙ୍କ ପାଇଁ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା । ଏହି ତାଲିମ ନେଉଥିବା ବିଦ୍ୟାର୍ଥୀମାନେ ପ୍ରଥମେ ଶାରୀରିକ ବ୍ୟାୟାମ ସହିତ ମାନସିକ ସ୍ତରରେ ସ୍ଥିରତା ଆଣିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ ।

ମାର୍ଶଲ ଆର୍ଟ ତାଲିମ ନେଉଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟରୁ ଅନେକ ଇତି ମଧ୍ୟରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ଅନେକ ସଫଳତା ଯେପରି ପାଇପାରିବେ, ସେ ନେଇ ବିଦ୍ୟାର୍ଥୀମାନେ ଉଦ୍ୟମ ଜାରି ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 18, 2021, 4:51 PM IST

ABOUT THE AUTHOR

...view details