ଓଡିଶା

odisha

ETV Bharat / city

ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ ହେବ ବ୍ରହ୍ମପୁର ଷ୍ଟାଡିୟମ

ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ ହେବ ବ୍ରହ୍ମପୁର ଷ୍ଟାଡିୟମ । ବାପୁଙ୍କ ବ୍ରହ୍ମପୁର ଗ୍ରସ୍ତର ଶହେ ବର୍ଷ ପୁର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା ପଦଯାତ୍ରା । ଅଧିକ ପଢନ୍ତୁ...

By

Published : Mar 31, 2021, 7:23 AM IST

Berhampur Stadium will be named Mahatma Gandhi
ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ ହେବ ବ୍ରହ୍ମପୁର ଷ୍ଟାଡିୟମ

ବ୍ରହ୍ମପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ ହେବ ବ୍ରହ୍ମପୁର ସହରର ଷ୍ଟାଡିୟମ । ବାପୁଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା ସାଧାରଣ ସଭା ସହ ପଦଯାତ୍ରା । ଏନେଇ ସଭାରେ ଦାବି ଉପସ୍ଥାପନ କରିଥିଲେ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡା । ସ୍ବାଧୀନତା ସଂଗ୍ରାମୀ ସ୍ମୃତି କମିଟି ପକ୍ଷରୁ ଏହା ଆୟୋଜିତ ହୋଇଥିଲା ।

ମହାତ୍ମାଗାନ୍ଧୀଙ୍କ ନାମରେ ନାମିତ ହେବ ବ୍ରହ୍ମପୁର ଷ୍ଟାଡିୟମ

୧୯୨୧ ମାର୍ଚ୍ଚ ମାସରେ ବାପୁ ବ୍ରହ୍ମପୁରକୁ ଆସିଥିଲେ । ଯେପରି ମହାତ୍ମା ଗାନ୍ଧୀ ସହରର ରେଳଷ୍ଟେସନରୁ ଓହ୍ଲାଇ ସାରା ସହର ପରିକ୍ରମା କରିବା ପରେ ବ୍ୟାରେକ୍ସ ପଡିଆରେ ଜନତାଙ୍କୁ ଉଦବୋଧନ ଦେଇଥିଲେ । ସେହିପରି ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ,ଆସିକା ସାଂସଦ ପ୍ରମିଳା ବିଶୋୟୀଙ୍କ ସମେତ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ,ସୋରଡା ବିଧାୟକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ABOUT THE AUTHOR

...view details