ଓଡିଶା

odisha

ETV Bharat / city

ବ୍ରହ୍ମପୁର ଏସପିଙ୍କ ମାନବିକତା, ଆହତଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା - ବ୍ରହ୍ମପୁର ଏସପିଙ୍କ ମାନବିକତା

ସହର ଉପକଣ୍ଠ ହଳଦିଆପଦର ଠାରେ ଏକ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଠାଇ ମେଡିକାଲକୁ ପଠାଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର । ଅଧିକ ପଢ଼ନ୍ତୁ...

berhampur latest news, berhampur sp's humanity, berhampur sp pinak mishra, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁର ଏସପିଙ୍କ ମାନବିକତା, ବ୍ରହ୍ମପୁର ଏସପି ପିନାକ ମିଶ୍ର
ବ୍ରହ୍ମପୁର ଏସପିଙ୍କ ମାନବିକତା, ଆହତଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା

By

Published : May 18, 2020, 10:01 PM IST

ବ୍ରହ୍ମପୁର: ସହର ଉପକଣ୍ଠ ହଳଦିଆପଦର ଠାରେ ଏକ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଠାଇ ମେଡିକାଲକୁ ପଠାଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର । ବ୍ରହ୍ମପୁର ଏସପି କୌଣସି କାର୍ଯ୍ୟରେ ଯାଉଥିବା ସମୟରେ ହଠାତ ସଡକ ଦୁର୍ଘଟଣାରେ ଆହତ ହୋଇ ରାସ୍ତା ଉପରେ ଜଣେ ବ୍ୟକ୍ତି ପଡିଥିବା ଦେଖିବାକୁ ପାଇଥିଲେ । କାଳ ବିଳମ୍ବ ନକରି ସେ ଗାଡିରୁ ଓହ୍ଲାଇ ଆହତଙ୍କୁ ଉଦ୍ଧାର କରିବା ସହ ନିଜ ମାନବିକତାର ପରିଚୟ ଦେଇଥିଲେ ।

ବ୍ରହ୍ମପୁର ଏସପିଙ୍କ ମାନବିକତା, ଆହତଙ୍କୁ ଉଦ୍ଧାର କରି ପଠାଇଲେ ଡାକ୍ତରଖାନା

ଏସପି ପିନାକ ମିଶ୍ର ନିଜ ଗାଡିରୁ ଓହ୍ଲାଇ ଆହାତଙ୍କ ପାଖରେ ପହଞ୍ଚିବା ସହ ଦେଖାଇଥିଲେ ନିଜର ମାନବିକତା । ଆହତଙ୍କୁ ନିଜେ ଉଠାଉଥିବା ବେଳେ ପାଖରେ ଥିବା ଅନ୍ୟ ପିଏସଓ ଓ କର୍ମଚାରୀମାନେ ସହାୟତା କରିଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି । ବ୍ରହ୍ମପୁର ଏସପିଙ୍କ ଏଭଳି ମାନବିକତା କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details