ବ୍ରହ୍ମପୁର: କୋଭିଡରେ ଆକ୍ରାନ୍ତ ହେଲେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଏସପି ପିନାକ୍ ମିଶ୍ର କୋଭିଡ ପରୀକ୍ଷାରେ ପଜିଟିଭ୍ ଆସିଥିବାରୁ ତାଙ୍କ ସହିତ ସଂପର୍କରେ ଆସିଥିବା ବ୍ୟକ୍ତି ବିଶେଷମାନେ କୋଭିଡ ପରୀକ୍ଷା କରାଇବା ପାଇଁ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ବ୍ରହ୍ମପୁର ଏସ୍.ପି ।
କୋଭିଡରେ ଆକ୍ରାନ୍ତ ହେଲେ ବ୍ରହ୍ମପୁର ଏସପି, ଟ୍ବିଟ କରି ଦେଲେ ସୂଚନା - କୋଭିଡ ପଜିଟିଭ ବ୍ରହ୍ମପୁର ଏସପି
କୋରୋନ ପଜିଟିଭ ହେଲେ ବ୍ରହ୍ମପୁର ଏସପି । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ
କୋଭିଡ ପଜିଟିଭ ବ୍ରହ୍ମପୁର ଏସପି , ଟୁଇଟ୍ କରି ଦେଲେ ସୂଚନା
କୋଭିଡର ତୃତୀୟ ଲହରକୁ ନେଇ ସାରା ବିଶ୍ୱରେ ଏକ ପ୍ରକାର ଚିନ୍ତା ପ୍ରକଟ ହୋଇଥିବାବେଳେ ଆମ ରାଜ୍ୟ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାରେ ଏ ନେଇ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସମୟରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ସହରରେ ଦୈନିକ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ଜନସାଧାରଣ ଅଧିକ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ