ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତକାଲି ଜଣେ ସାତବର୍ଷର ନାବାଳିକା ଗଳା କାଟିବା ସହ ଆକ୍ରମଣ କରାଯିବା ଘଟଣାରେ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ବ୍ରହ୍ମପୁର ଏସପି ପିନାକ ମିଶ୍ର କିଭିଳି ଏବଂ କେଉଁ ପରିସ୍ଥିତିରେ ଦୁଇ ଅଭିଯୁକ୍ତ ଶିଶୁଟିକୁ ନିଜ ଘରୁ ଉଠାଇ ନେଲେ ଏବଂ କେଉଁ ସ୍ଥାନରେ ଆକ୍ରମଣ କରାଗଲା ସେହି ବିଷୟରେ ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀ ଏବଂ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।
ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସପିଙ୍କ ଯାଞ୍ଚ - ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସ୍.ପିଙ୍କ ଯାଞ୍ଚ
ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତକାଲି ଜଣେ ସାତବର୍ଷର ନାବାଳିକାର ଗଳା କାଟିବା ସହ ଆକ୍ରମଣ କରାଯିବା ଘଟଣାରେ ଗ୍ରାମରେ ପହଞ୍ଚି ଘଟଣାର ଅନୁଧ୍ୟନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ । ଅଧିକ ପଢନ୍ତୁ...
![ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସପିଙ୍କ ଯାଞ୍ଚ ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସ୍.ପିଙ୍କ ଯାଞ୍ଚ](https://etvbharatimages.akamaized.net/etvbharat/prod-images/768-512-10428798-thumbnail-3x2-fdf.jpg)
ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସ୍.ପିଙ୍କ ଯାଞ୍ଚ
ନାବାଳିକାକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏସ୍.ପିଙ୍କ ଯାଞ୍ଚ
ଶିଶୁଟିକୁ ଦୁଷ୍କର୍ମ ପାଇଁ ଉଦ୍ୟମ ହୋଇଥିବା କୁହାଯାଉଥିବା ବେଳେ ଡାକ୍ତରୀ ମାଇନା ଏବଂ ତଦନ୍ତ ରିପୋର୍ଟ ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଥିବା ବେଳେ ସେପଟେ ଘଟଣାରେ ସଂପୃକ୍ତ ରହିଥିବା ଦୁଇ ଅଭିଯୁକ୍ତକୁ ଗ୍ରାମବାସୀଙ୍କ ହାତରୁ ମାଡ ଖାଇବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି । ସେପଟେ ଆକ୍ରମଣର ଶିକାର ହୋଇଥିବା ନାବାଳିକାକୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଏବଂ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାର ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଥିବା କହିଛନ୍ତି ବ୍ରହ୍ମପୁର ଏସପି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ