ଓଡିଶା

odisha

ETV Bharat / city

କୋରୋନା ମାଡ଼ରେ ବେହାଲ ଉଠା ଦୋକାନୀ, କେବେ ସୁଧୁରିବ ପରିସ୍ଥିତି ?

କୋରୋନା ମାଡ଼ରେ ବ୍ରହ୍ମପୁର ଠେଲା ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି । କୋରୋନା ସଂକ୍ରମଣ ନିୟନ୍ତ୍ରଣ ହୋଇଥିଲେ ସୁଦ୍ଧା, ଉଠା ଦୋକାନୀଙ୍କ ବ୍ୟବସାୟ ହେଉନାହିଁ କି ସୁଧୁରୁନି ଆର୍ଥିକ ସ୍ଥିତି। ଅଧିକ ପଢ଼ନ୍ତୁ...

berhampur small vendors not getting any government assistance for post covid financial effects
କୋରୋନା ମାଡ଼ରେ ବେହାଲ ବ୍ରହ୍ମପୁର ଉଠା ଦୋକାନୀ

By

Published : Aug 1, 2021, 7:13 PM IST

ବ୍ରହ୍ମପୁର:ରାଜ୍ୟରେ ଧୀରେଧୀରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣାଧିନ ହେବାରେ ଲାଗିଛି । କୋରୋନାର ଦ୍ବିତୀୟ ଲହର ପରେ ଚିନ୍ତାରେ ରହିଛନ୍ତି ରେଶମ ସହରର ବୁଲା ବ୍ୟବସାୟୀ । ଦୀର୍ଘଦିନ ଧରି ରାଜ୍ୟରେ ଲକଡାଉନ ଯୋଗୁଁ ବିଭିନ୍ନ ବ୍ୟବସାୟୀ ଅନେକ କ୍ଷତି ସହିଛନ୍ତି । ବ୍ୟବସାୟ ହେଉନଥିବାରୁ ବ୍ରହ୍ମପୁରରେ ଛୋଟ ବ୍ୟବସାୟୀ ଏବେ ପରିବାର ପେଟ କିଭଳି ପୋଷିବେ ସେହି ଚିନ୍ତାରେ ରହିଛନ୍ତି ।

କୋରୋନା ମାଡ଼ରେ ବେହାଲ ବ୍ରହ୍ମପୁର ଉଠା ଦୋକାନୀ

ଜୀବନଜୀବିକା ପାଇଁ ରାଜ୍ୟରେ କୋଭିଡ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ପୁନଃ ଉଠା ଦୋକାନୀ ଏବଂ ବୁଲା ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ଆରମ୍ଭ କରିଛନ୍ତି । ହେେଲ କୋଭିଡ ସଂକ୍ରମଣ ଭୟରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ । ପୂର୍ବଭଳି ବ୍ୟବସାୟ ସେତେଟା ଭଲ ହେଉନଥିବା କହିଛନ୍ତି ଅନେକ ବ୍ୟବସାୟୀ । ଏଭଳି ସ୍ଥିତିରେ ଓଳିଏ ଖାଇଲେ ଓଳିଏ ଉପାସରେ ରହି ବ୍ୟବସାୟ କରୁଥିବା କଥା କହିଛନ୍ତି ରେଶମ ସହର ବ୍ୟବସାୟୀ ।


ମହାମାରୀର କୋରୋନାର ଉଗ୍ରରୂପ ଯୋଗୁଁ ମେ ମାସ ପ୍ରଥମ ସପ୍ତାହରୁ ଲକଡାଉନ ଘୋଷଣା କରାଯାଇଥିଲା । ତେବେ ଲକଡାଉନରେ ଉଠା ଓ ଠେଲା ବ୍ୟବସାୟୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସମସ୍ତ ସହରାଞ୍ଚଳର ୮୭ ହଜାର ୬୫୭ଜଣ ଉଠା ଦୋକାନୀଙ୍କ ପାଇଁ ୨୬କୋଟି ୨୯ ଲକ୍ଷ ୭୧ହଜାର ଟଙ୍କାର ସହାୟତା ଘୋଷଣା କରାଯାଇଥିଲା । ହେଲେ ଏହାର ବ୍ରହ୍ମପୁର ସହରରେ ଥିବା ଉଠା ଦୋକାନୀ ବା ବୁଲା ବ୍ୟବସାୟୀଙ୍କୁ ଏହି ସହୟତା ମିଳି ପାରିନାହିଁ । ଫଳରେ ଚାତକ ଭଳି ସରକାରୀ ସହୟତା ଅପେକ୍ଷାରେ ରହିଛନ୍ତି ବ୍ରହ୍ମପୁର ସହରର ଠେଲା ବ୍ୟବସାୟୀ ।

ସେପଟେ ପ୍ରଥମ ପର୍ଯ୍ୟାୟରେ ସହାୟତା ଯୋଗାଇ ଦିଆଯାଇଥିବା କଥା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ । ଖୁବଶୀଘ୍ର ଅନ୍ୟ ବ୍ୟବସାୟୀଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ବିଏମ୍‌ସି ତରଫରୁ ମୋଟ ୪ହଜାର ୩୦୦ ଉଠା ଦୋକାନୀଙ୍କୁ ସହାୟତା ପ୍ରଦାନ କରିବାକୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details