ଓଡିଶା

odisha

By

Published : Nov 27, 2021, 10:38 AM IST

ETV Bharat / city

SDJM Court: ଆଜି କୋର୍ଟରେ ବ୍ରହ୍ମପୁର ବୋହୂର ବିଚାର

ହକ ପାଇଁ ଶାଶୂଘର ସାମ୍ନାରେ ବ୍ରହ୍ମପୁର ବୋହୂର ଧାରଣା ଘଟଣାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟ ( Berhampur SDJM Court)ରେ ହେବ ବିଚାର । ଅଧିକ ପଢନ୍ତୁ

Bride Dharana: ଆଜି କୋର୍ଟରେ ହେବ ବିଚାର
Bride Dharana: ଆଜି କୋର୍ଟରେ ହେବ ବିଚାର

ବ୍ରହ୍ମପୁର:ହକ ପାଇଁ ଶାଶୂଘର ସାମ୍ନାରେ ବ୍ରହ୍ମପୁର ବୋହୂର ଧାରଣା ଘଟଣାରେ ଆଜି ବ୍ରହ୍ମପୁର ଏସଡିଜେଏମ କୋର୍ଟ ( Berhampur SDJM Court)ରେ ହେବ ବିଚାର । ଧାରଣାକୁ ୫ଦିନ ହୋଇଥିବା ବେଳେ ଆଜି କୋର୍ଟରେ ଏହାର ବିଚାର କରାଯିବ । ଏନେଇ ଆଜି କୋର୍ଟରେ ହାଜର ହେବେ ତପସ୍ବିନୀ । ପୂର୍ବରୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଆନ୍ଦୋଳନରତ ଯୁବତୀ ଆବେଦନ କରିଥିବା ବେଳେ ଆଜି ମାମଲାର ବିଚାର କରାଯିବ ।

Bride Dharana: ଆଜି କୋର୍ଟରେ ହେବ ବିଚାର

ସୂଚନା ଅନୁଯାୟୀ ଗତ 5 ଦିନ ହେଲା କ୍ରମାଗତ ଭାବେ ତପସ୍ବିନୀ ଦାଶ ସ୍ୱାମୀ ଏବଂ ଶ୍ୱଶୁର ଘରେ ରହିବାକୁ ଦାବି କରି ବ୍ରହ୍ମପୁର ସହରର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ଧାରଣାରେ ବସିଛନ୍ତି । ଯାହା ସାରା ରାଜ୍ୟରେ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ଯୁବତୀ ଜଣଙ୍କ ପୂର୍ବରୁ ବିବାହ କରିଥିବା ମଧ୍ୟ କହୁଛନ୍ତି । ଏଥି ସହ ତାଙ୍କ ନିକଟରେ ପ୍ରମାଣ ଥିବା ମଧ୍ୟ ଦର୍ଶାଇଥିଲେ । ଧାରଣାର କିଛି ଦିନ ପରେ ଶ୍ବଶୂର ଓ ସ୍ବାମୀ ମଧ୍ୟ ମୁହଁ ଖୋଲିଥିଲେ । ସେ ତାଙ୍କ ପୁଅକୁ ମଧ୍ୟ ବିବାହ କରିଥିବା ମାନିଥିଲେ । ହେଲେ ତାଙ୍କୁ ବୋହୂ ଭାବେ ଗ୍ରହଣ କରୁନଥିବାରୁ ଯୁବତୀ ଜଣଙ୍କ ଧାରଣା ଦେଇଛନ୍ତି ।

ତେବେ ଧାରଣାରେ ଦେଇଥିବା ଯୁବତୀଙ୍କୁ ବିଭିନ୍ନ ମହଲରୁ ସମର୍ଥନ ଜଣାଇଥିବା ବେଳେ ନିଜର ହକ୍ ପାଇବା ପର୍ଯ୍ଯନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ନିଜର ଜିଦରେ ଅଟଳ ରହଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଧାରଣାରେ ବସିଥିବା ବେଳେ ଗତକାଲି ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ତାଙ୍କ ସହ ବସିଥିଲେ । ତେବେ ଯୁବତୀ ଜଣଙ୍କ ମାନ୍ୟବର କୋର୍ଟରେ ହାଜର ହେବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ABOUT THE AUTHOR

...view details