ଓଡିଶା

odisha

By

Published : Oct 7, 2022, 1:24 PM IST

ETV Bharat / city

କୁମାରପୂର୍ଣ୍ଣିମା ପୂର୍ବରୁ ସକ୍ରିୟ ଜୁଆଡି: ଆଡ୍ଡା ଉପରେ ପୋଲିସର ଚଢାଉ, 31 ଗିରଫ

ପାର୍ବଣ ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଘରେ ଘରେ ତାସ ଖେଳ ହେଉଥିବା ବେଳେ ପୂର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଜୁଆ ଆଡ୍ଡା ଚଢାଉ ଜୋରଦାର । ୪ ମହିଳାଙ୍କ ସହ ୩୧ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

କୁମାରପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡା ଚଢାଉ ଯୋରଦାର , ୪ ମହିଳାଙ୍କ ସହ ୩୧ ଗିରଫ
କୁମାରପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡା ଚଢାଉ ଯୋରଦାର , ୪ ମହିଳାଙ୍କ ସହ ୩୧ ଗିରଫ

ବ୍ରହ୍ମପୁର:ଆଗକୁ ଆସୁଛି କୁମାର ପୂର୍ଣ୍ଣିମା । ପୂର୍ଣ୍ଣିମା ପୂର୍ବରୁ ଜୁଆ ଆଡ୍ଡାରେ ଚଢାଉ ଜୋରଦାର କରିଛି ପୋଲିସ । ପାର୍ବଣ ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ସବୁଆଡେ ତାସ ଖେଳ ହେଉଥିବା ବେଳେ ବ୍ରହ୍ମପୁର ପୋଲିସ ପକ୍ଷରୁ ଚଢାଉ ଜୋରଦାର । ଏନେଇ ୪ ମହିଳାଙ୍କ ସହ ୩୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୯୫୧୫୦ ଟଙ୍କା ଜବତ କରାଯିବା ସହ ତିନୋଟି ସ୍ଥାନରୁ ପ୍ରାୟ ୧୪ ଗୋଟି ମୋବାଇଲ ଜବତ କରିଛି ବ୍ରହ୍ମପୁର ପୋଲିସ ।

ସୂଚନା ଅନୁଯାୟୀ, ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ମାଝି ସାହିରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ନଅ ଜଣ ଜୁଆଡିଙ୍କୁ ଧରିଥିବା ସୂଚନା ମିଳିଥିବା ବେଳେ ସେମାନଙ୍କ ନିକଟରୁ ୧୯୨୦୦ ଟଙ୍କା ଜବତ କରାଯାଇଛି । ସେହିପରି ବ୍ରହ୍ମପୁର ସହରର ପାର୍କ ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଆଠ ଜଣଙ୍କୁ ଧରାଯାଇଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୪୮୮୫୦ ଟଙ୍କା ଜବତ କରାଯିବା ସହ ୭ ଗୋଟି ମୋବାଇଲ ସହ ତାସକୁ ଜବତ କରାଯାଇଛି ।

ସେହିପରି ବ୍ରହ୍ମପୁର ସହରର ବଡ ବଜାର ଥାନା ପୋଲିସ ପକ୍ଷରୁ ଫୁଲସୁନ୍ଦରୀ ସାହିରେ ଚାଲିଥିବ ଅନ୍ୟ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିବା ବେଳେ ପୋଲିସ ୪ ମହିଳା ଓ ୧୦ ଜଣ ପୁରୁଷଙ୍କୁ ଧରିଥିବା ବେଳେ ୨୭,୧୦୦ ଟଙ୍କା ସହିତ ସାତ ଗୋଟି ମୋବାଇଲ ଫୋନକୁ ଜବତ କରାଯାଇଛି । ତେବେ ଏନେଇ ଗତ କିଛି ଦିନ ହେବ ବ୍ରହ୍ମପୁର ସହରରେ ଲଗାତାର ଭାବରେ ଜୁଆ ଆଡ୍ଡା ଉପରେ ପୋଲିସ ପକ୍ଷରୁ ଚଡାଉ ଜାରି ରହିଛି ।

ଇଟିଭି ଭାରତ,ବ୍ରହ୍ମପୁର

ABOUT THE AUTHOR

...view details