ବ୍ରହ୍ମପୁର: କୋଭିଡ଼ ମହାମାରୀର ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଅଭିଯୋଗ ଯାଞ୍ଚ ସାମୟିକ ସ୍ଥଗିତ କରାଯାଇଛି । ଏଥିସହିତ ପୋଲିସ ମୁଖ୍ୟାଳୟ ପକ୍ଷରୁ କେଉଁ ଭଳି ଅଭିଯୋଗ ପାଇଁ କାହାରିକୁ ଯୋଗାଯୋଗ କରିବେ ତାହାର ଟେଲିଫୋନ ମୋବାଇଲ ଓ ଟେଲିଫୋନ୍ ନମ୍ବର ଗୁଡ଼ିକ ଦିଆଯାଇ ତାହାରି ଜରିଆରେ ଅଭିଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।
ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଅଭିଯୋଗ ଶୁଣାଣି ସ୍ଥଗିତ କଲା ବ୍ରହ୍ମପୁର ପୋଲିସ - Berhampur police have suspended
କୋଭିଡ଼ ମହାମାରୀର ଦ୍ରୁତ ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ପକ୍ଷରୁ ଅଭିଯୋଗ ଯାଞ୍ଚ ସାମୟିକ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏପରି ପଦକ୍ଷେପ ସହିତ ଜରୁରୀ ନଥିଲେ ପୋଲିସ ଥାନା ଓ ଏସ୍ପିଙ୍କ ଅଫିସ୍କୁ ନଆସିବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର ।
କାର୍ଯ୍ୟାଳୟକୁ ନଆସି ନିଜର ଜରୁରୀକାଳୀନ ସେବା ପାଇଁ ଆରକ୍ଷୀ ଅଧିକ୍ଷକ ଠାରୁ ଆରମ୍ଭ କରି ସାଧାରଣ ଅଭିଯୋଗ, ପାରିବାରିକ ଓ ଘରୋଇ ହିସାଂ, ଅନଲାଇନ୍ ମାଧ୍ୟମରେ ଠକେଇ, କୋଭିଡ୧୯ ସେବା ସଂପର୍କରେ କାହାରିକୁ ଫୋନ୍ କିମ୍ବା ହ୍ବାଟସଅପ ମାଧ୍ୟମରେ ଜଣାଇପାରିବେ ତାହାର ନମ୍ବର ଉଲ୍ଲେଖ କରିବା ସହିତ ଅଭିଯୋଗ ପାଇଁ ଉଦ୍ଧିଷ୍ଟ ଆପ୍ ଓ ଟୁଇଟର ଓ ଫେସବୁକ୍ ଆକାଉଣ୍ଟରେ ଅବଗତ କରିବାକୁ କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ