ଓଡିଶା

odisha

By

Published : Nov 14, 2021, 7:21 AM IST

ETV Bharat / city

କଲବଲ କରୁଛି ବର୍ଷା, ବସ୍ତିବାସିନ୍ଦାକୁ ରନ୍ଧା ଖାଦ୍ୟ ବାଣ୍ଟିଲା ବ୍ରହ୍ମପୁର ମହାନଗର ନିଗମ

ଲଘୁଚାପ ଜନିତ ବର୍ଷାରେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବ୍ରହ୍ମପୁରବାସୀ । ସହରର ବିଭିନ୍ନ ସ୍ଥାନରେ ପ୍ରବଳ ମାତ୍ରାରେ ପାଣି ଜମି ରହିଥିବାରୁ କେତେକ ବସ୍ତି ଅଞ୍ଚଳରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଅଧିକ ପଢନ୍ତୁ...

ବ୍ରହ୍ମପୁର ମହାନଗର ବିଭିନ୍ନ ବସ୍ତି ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ବ୍ରହ୍ମପୁର ମହାନଗର ବିଭିନ୍ନ ବସ୍ତି ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ବ୍ରହ୍ମପୁର: ଲଘୁଚାପ ଜନିତ ବର୍ଷାରେ ବ୍ରହ୍ମପୁର ସହରର ବିଭିନ୍ନ ବସ୍ତି ଅଞ୍ଚଳରେ ପାଣି ଜମି ରହିଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କେତେକ ବସ୍ତି ଅଞ୍ଚଳରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ସେପଟେ ଅଞ୍ଚଳର ବିଭିନ୍ନ ଖାଲୁଆ ସ୍ଥାନ ଗୁଡିକ ସମେତ ବିଭିନ୍ନ ବସ୍ତି ଅଞ୍ଚଳର ଚତୁଃପାର୍ଶ୍ୱରେ ପାଣି ଜମି ରହିଥିବାରୁ ଏହି ସମୟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ୧ନଂ ୱାର୍ଡ ଅନ୍ତର୍ଗତ ଉତ୍ତରାମୁଖି ବସ୍ତିରେ ରହୁଥିବା ପ୍ରାୟ ୩ଶହ ପରିବାରକୁ ରନ୍ଧା ଖାଦ୍ୟକୁ ପ୍ୟାକେଟ କରି ପାନୀୟ ଜଳ ସହିତ ପ୍ରତ୍ୟେକ ପରିବାରକୁ ୱାର୍ଡ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ବଣ୍ଟନ କରିଛନ୍ତି ।

ବ୍ରହ୍ମପୁର ମହାନଗର ବିଭିନ୍ନ ବସ୍ତି ଅଞ୍ଚଳରେ ମହାନଗର ନିଗମ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଅନ୍ୟପଟେ ସହରର ପ୍ରତ୍ୟକ ୱାର୍ଡ ପ୍ରତି ନଜର ରଖିଥିବା ନେଇ ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦୋର ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details