ଓଡିଶା

odisha

ETV Bharat / city

କୋଭିଡ କେୟାର ସେଣ୍ଟର ସ୍ଥିତି ଅନୁଧ୍ୟାନ କଲେ ନିଗମ କମିଶନର - ବ୍ରହ୍ମପୁର ନିଗମ କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋର

ବ୍ରହ୍ମପୁରର ମିନାକ୍ଷୀ ନଗରରେ ଥିବା କୋଭିଡ ସେଣ୍ଟର ଅନୁଧ୍ୟାନ କଲେ ମହାନଗର ନିଗମ କମିଶନ । ଅଧିକ ପଢନ୍ତୁ....

କୋଭିଡ କେୟାର ସେଣ୍ଟର ସ୍ଥିତି ଅନୁଧ୍ୟାନ କଲେ ନିଗମ କମିଶନର
କୋଭିଡ କେୟାର ସେଣ୍ଟର ସ୍ଥିତି ଅନୁଧ୍ୟାନ କଲେ ନିଗମ କମିଶନର

By

Published : May 3, 2021, 7:20 AM IST

ବ୍ରହ୍ମପୁର: କୋଭିଡ କେୟାର ସେଣ୍ଟର ପରିସରର ସ୍ଥିତି ଅନୁଧ୍ୟାନ କଲେ ବ୍ରହ୍ମପୁର ମହାନଗର ନିଗମ କମିଶନର । ଜିଲ୍ଲାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲ ସ୍ଥିତି ବୁଲି ଦେଖିଛନ୍ତି କମିଶନର ସିଦ୍ଧେଶ୍ୱର ବଳୀରାମ ବନ୍ଦୋର ।

ତେବେ କୋଭିଡ କେୟାର ହେଲଥ୍ ସେଣ୍ଟରରେ କିପରି ଚିକିତ୍ସା ଜାରି ରହିଛି, ଖାଦ୍ୟ କିପରି ଯୋଗାଯାଉଛି, ପରିସରରେ ସଫେଇ ବ୍ୟବସ୍ଥା କିପରି ରହିଛି ତାହାକୁ ନେଇ ନିଜେ ପିପିଇ କିଟ୍ ପରିଧାନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ କମିଶନର ମିନାକ୍ଷୀନଗର ଠାରେ ଥିବା କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିଥିବା ଜଣାପଡିଛି । ଏହି ସମୟରେ କମିଶନରଙ୍କ ସହ ଡେପୁଟି କମିଶନର ମଧ୍ୟ ଡାକ୍ତରଖାନା କର୍ମଚାରୀଙ୍କୁ ଚିକିତ୍ସା ବାବଦରେ ପଚାରି ବୁଝିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details