ଓଡିଶା

odisha

By

Published : Oct 5, 2021, 6:48 AM IST

ETV Bharat / city

Lakhimpur Kheri case: ୟୁପି ହିଂସା ପ୍ରତିବାଦରେ ବ୍ରହ୍ମପୁରରେ କିଶାନ୍ ମୋର୍ଚ୍ଚାର ବିକ୍ଷୋଭ

ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢେଇ ହତ୍ୟା କରାଯିବା ପ୍ରତିବାଦରେ କିଶାନ୍ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ...

Lakhimpur Kheri case: କିଶାନ୍ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ
Lakhimpur Kheri case: କିଶାନ୍ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର:ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼େଇ ହତ୍ୟା ଘଟଣାକୁ ନେଇ ବ୍ରହ୍ମପୁରରେ କିଶାନ୍ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର୍‌ ଚଢିଯାଇଥିଲା । ଏହି ଘଟଣାକୁ କଡ଼ା ବିରୋଧ କରିଛନ୍ତି ବ୍ରହ୍ମପୁର କିଶାନ୍ ମୋର୍ଚ୍ଚା ।

Lakhimpur Kheri case: କିଶାନ୍ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ଗତକାଲି(ରବିବାର) ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ଠାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିଲେ କୃଷକ । ସେମାନଙ୍କ ଉପରେ ସ୍ଥାନୀୟ ସାଂସଦ ତଥା କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡ଼ି ଚଢ଼ାଇ ଦେଇ ୬ ଜଣ କୃଷକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅନ୍ୟ ୧୦ ଜଣ କୃଷକ ଆହତ ମଧ୍ୟ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି ଘଟଣାର ଦୁଇ ଦିନ ପୂର୍ବରୁ ନିଜ ନିର୍ବାଚନମଣ୍ଡଳୀକୁ ଆସିଥିବା ବେଳେ ଆନ୍ଦୋଳନରତ କୃଷକମାନେ ନସୁଧୁରିଲେ ମୁଁ ସାଂସଦ ଓ ମନ୍ତ୍ରୀ ହେବାର ମୋର ପୂର୍ବ ରୂପକୁ ଫେରି ସେମାନଙ୍କୁ ୨ ମିନିଟ୍‌ରେ ଚୁପ୍ କରିଦେବି ବୋଲି ଖୋଲାଖୋଲି ଧମକ ଦେଇଥିଲେ ।


ସେହିପରି ହରିୟାଣାର ବିଜେପି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ନିକଟରେ ନିଜର କର୍ମକର୍ତ୍ତା ମାନଙ୍କୁ ସମ୍ବୋଧନ କରି କୃଷକ ମାନଙ୍କ ସହ ଲାଠିରେ ମୁକାବିଲା କରିବାକୁ ଡାକରା ଦେଇଥିଲେ । କୃଷକ ମାନଙ୍କ ପ୍ରତି ଅସମ୍ବଦନଶୀଳ ଶୀର୍ଷ ନେତାମାନେ ଏଭଳି ଉତ୍ତେଜନାଜନକ ବୟାନ ଦେଇ ଷଡ଼ଯନ୍ତ୍ରମୂଳକ ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି । ଏଥିପାଇଁ କୃଷକ ମାନଙ୍କୁ ଆକ୍ରମଣ ଓ ହତ୍ୟାର ଶିକାର ହେବାକୁ ପଡୁଥିବା କିଶାନ ମୋର୍ଚ୍ଚା କହିଛି ।

ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି । ମୁଖ୍ୟତଃ ଲକ୍ଷ୍ମୀପୁର ଖେରୀ ନରସଂହାର ଘଟଣାର ଅପରାଧୀ ମାନଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା କରି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ, ସୁପ୍ରିମକୋର୍ଟର ତଦାରଖରେ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ (SIT) ଗଠନ କରି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରାଯାଉ , ସାମ୍ବିଧାନିକ ପଦପଦବୀରେ ରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିବା ଦେଶର କୃଷକଙ୍କ ଉପରେ ଆକ୍ରମଣ ଓ ହିଂସା କରିବାକୁ ଖୋଲାଖୋଲି ଭାବେ ଆହ୍ବାନ ଦେଇଥିବା ବିଜେପିର ହରିୟାନାର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର କରିବାକୁ ଦାବି କରିଛି କିଶାନ ମୋର୍ଚ୍ଚା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details