ବ୍ରହ୍ମପୁର: ଆଉ ଦିନ କେଇଟା ପାଇଁ ଆଲୋକର ପର୍ବ ଦୀପାବଳି । ପ୍ରତ୍ୟେକଙ୍କ ଘରେ ଏହି ପର୍ବକୁ ପାଳନ କରିବା ପାଇଁ ଚାଲିଛି ଅନେକ ପ୍ରସ୍ତୁତି । ଏଭଳି ସମୟରେ 'ଦିଆ ଫର୍ ଚେଞ୍ଜ' ....ଆହ୍ୱାନର ବାର୍ତ୍ତା ନେଇ ଆଗେଇ ଆସିଛନ୍ତି ରେଶମ ସହରର ଯୁବ ଓ ବିଦ୍ୟାର୍ଥୀ । ନିଆରା ଚିନ୍ତାଧାରା ନେଇ ମାଟି ଓ ଗୋବରରେ ପ୍ରସ୍ତୁତ ଦୀପକୁ ନେଇ ବିଦ୍ୟାର୍ଥୀଙ୍କ ତୂଳୀରେ ଅଧିକ ଆକର୍ଷଣୀୟ କରି ସମସ୍ତ ବର୍ଗଙ୍କୁ ପାଇଁ ପ୍ରସ୍ତୁତ କରାଯାଉଛି ସ୍ୱତନ୍ତ୍ର ପ୍ରଦୀପ । ଯାହାକୁ ବିକ୍ରି କରି ଉପାର୍ଜିତ ଅର୍ଥକୁ ସମାଜରେ ଅବହେଳିତ ଶିଶୁଙ୍କ ବିକାଶ ପାଇଁ କାର୍ଯ୍ୟରେ ଲଗାଯିବା ଲକ୍ଷ୍ୟ ରଖିଛି ସାତ୍ତ୍ୱିକ ସୋଲ ଫାଉଣ୍ଡେସନ । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ ।
ଭଳିକି ଭଳି ସୁନ୍ଦର ସୁନ୍ଦର ଦୀପକୁ ସଜ୍ଜିତ କରି ରଖାଯାଇଛି । ଦେଖିଲେ ଲାଗିବ ଏହାକୁ କୌଣସି ଦୀପ କାରିଗର କିମ୍ୱା ମାଟି କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି । ହେଲେ ଏହା କୌଣସି କାରିଗରଙ୍କ ପ୍ରସ୍ତୁତି ନୁହେଁ ବରଂ ଆଲୋକର ପର୍ବ ଦୀପାବଳୀ ପୂର୍ବରୁ ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କିଛି ଛାତ୍ରାଛାତ୍ରୀ ଏହି ସୁନ୍ଦର ଦୀପ ତିଆରି କରିଛନ୍ତି । ସାତ୍ତ୍ୱିକ ସୋଲ ଫାଉଣ୍ଡେସନ ପକ୍ଷରୁ ଦୀପାବଳି ଅବସରରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସହାୟତାରେ ଏଭଳି ସୁନ୍ଦର ସୁନ୍ଦର ଦୀପ ପ୍ରସ୍ତୁତ କରି ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସହ ଏଥିରୁ ଉପାର୍ଜିତ ଅର୍ଥ ସମାଜରେ ଅବହେଳିତ , ନିଷ୍ପୋସିତ ଶିଶୁଙ୍କ ବିକାଶ ଭଳି ମହତ୍ କାର୍ଯ୍ୟରେ ବିନିଯୋଗ କରାଯିବାକୁ ଯୋଜନା କରାଯାଇଛି । ମୁଖ୍ୟତଃ ଚଳିତ ବର୍ଷ ଦୀପାବଳୀ ପର୍ବକୁ ଇକୋ ଫ୍ରେଣ୍ଡଲି କରିବାର ବାର୍ତ୍ତା ନେଇ ଉଭୟ ମାଠି ଓ ଗୋବରରେ ତିଆରି ହୋଇଥିବା ଭଳିକି ଭଳି ଦୀପ ଗୋଟିଏ ହାତରେ ନେଇ ଅନ୍ୟ ହାତରେ ତୁଳି ଧରି ଏହାକୁ ଜୀବନ୍ତ କରାଯାଉଛି ।