ଓଡିଶା

odisha

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକଙ୍କ ହୃଦଘାତରେ ମୃତ୍ୟୁ

By

Published : Oct 1, 2022, 7:49 AM IST

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ କେ.ଭି.ଆର ଚେରୀଙ୍କ ହୃଦଘାତରେ ମୃତ୍ୟୁ । ବିଭିନ୍ନ ମହଲରେ ଶୋକର ଛାୟା । ଅଧିକ ପଢନ୍ତୁ

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକଙ୍କ ହୃଦଘାତରେ ମୃତ୍ୟୁ
ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକଙ୍କ ହୃଦଘାତରେ ମୃତ୍ୟୁ

ବ୍ରହ୍ମପୁର: ବିଦେଶ ଗସ୍ତରେ ଥିବାବେଳେ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ(ଆଇଜର)ର ନିର୍ଦ୍ଦେଶକ କେ.ଭି. ଆର ଚାରୀଙ୍କ ପରଲୋକ ହୋଇଛି(Professor KVR Chary Passed Away । ଆମେରିକାରେ ହୃଦଘାତରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ଆଇଜର ନିର୍ଦ୍ଦେଶକଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗରେ ଆଇଜର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକଙ୍କ ହୃଦଘାତରେ ମୃତ୍ୟୁ

ପ୍ରଫେସର ଚାରୀ ଏକ ବେସରକାରୀ କାର୍ଯ୍ୟରେ ନିଜର ପରିବାର ସହିତ ଯୁକ୍ତରାଷ୍ଟ୍ର ଆମେରିକା ଯାଇଥିଲେ । ସେଠାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ଏହି ଖବର ପାଇବା ପରେ ବ୍ରହ୍ମପୁର ସହରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ରହିଥିବା ଅସ୍ଥାୟୀ କ୍ୟାମ୍ପସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ସ୍ବର୍ଗତ ପ୍ରଫେସରଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ନୀରବ ପ୍ରାର୍ଥନା କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରି ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ:ନକଲି ଔଷଧ କାରବାର ମାମଲା, ରାହୁଲର ଜାମିନ ଆବେଦନ ଖାରଜ

ଏହି ଅବସରରେ କୂଳସଚିବ ଜଗନ୍ନାଥ ଆଚାରିଲୁ, ଅତିରିକ୍ତ କୂଳସଚିବ କେ. ମଞ୍ଜୁନାଥ, ଧର୍ମେନ୍ଦ୍ର କୁମାର ସାହୁ, ସ୍ବରୂପ ବେହେରାଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ ପ୍ରଫେସର, ଛାତ୍ରଛାତ୍ରୀ ଓ କର୍ମଚାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟପଟେ ସ୍ବର୍ଗତ ପ୍ରଫେସର ଚାରୀ ଏହି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ରହିଥିବା ବେଳେ ସେ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରୁ ଏଠାରେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ଶିକ୍ଷାନୁଷ୍ଠାନର ସମସ୍ତ ଗବେଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କର ଧର୍ମପତ୍ନୀ ଏବଂ ଦୁଇ ସନ୍ତାନ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

For All Latest Updates

ABOUT THE AUTHOR

...view details