ଓଡିଶା

odisha

By

Published : Mar 7, 2022, 9:53 PM IST

ETV Bharat / city

ଘରେ ଘରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା: ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ

ନାମାଙ୍କନ ପତ୍ର ଦାଖଲ ସମୟରେ ସହରବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥୀ । ସେ ଘରେ ଘରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଘରେ ଘରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା: ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ
ଘରେ ଘରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା: ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ

ବ୍ରହ୍ମପୁର:ଆଜି (ସୋମବାର) ଥିଲା ନାମାଙ୍କନ ଦାଖଲ ପକ୍ରିୟାର ଶେଷ ଦିନ । ଏହି ଅବସରରେ ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାସହିତ ସେ ଜିତିଲେ ଘରେ ଘରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି ।

ଘରେ ଘରେ ପହଞ୍ଚିବ କେନ୍ଦ୍ରୀୟ ଯୋଜନା: ବ୍ରହ୍ମପୁର ବିଜେପି ମେୟର ପ୍ରାର୍ଥିନୀ

ଏହାସହ ସାରା ସହରକୁ ସବୁଜ ସୁନ୍ଦର ସହରରେ ପରିଣତ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ମେୟର ବିଜେପି ପ୍ରାର୍ଥନୀ ଡ. ସବିତା ସୁଆର । ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମର ମେୟର ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ ଶେଷ ଦିବସରେ ସବିତା ନିଜର ସମର୍ଥକଙ୍କ ସହ ଦଳୀୟ ନେତୃବୃନ୍ଦଙ୍କୁ ନେଇ ବ୍ରହ୍ମପୁର ସହରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଏହି ଅବସରରେ ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ବରିଷ୍ଠ ନେତା କାହ୍ନୂଚରଣ ପତିଙ୍କ ସମେତ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । ସୂଚନା ଥାଉ କି ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହେବାକୁ ଥିବା ବେଳେ ୨୬ ତାରିଖରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details