ବ୍ରହ୍ମପୁର: ଆଜି(ମଙ୍ଗଳବାର) ହେଉଛି ପବିତ୍ର ମହା ଶିବରାତ୍ରୀ । ଏହି ଅବସରରେ ଯୁବ ଶିଳ୍ପୀମାନେ ନିଜ କଳାର ପ୍ରଦର୍ଶନ କରି ମହାଦେବଙ୍କୁ କରିଛନ୍ତି ଆରାଧନା । ଗଞ୍ଜାମ ଜିଲ୍ଲାର ରେଶମ ସହର ବ୍ରହ୍ମପୁରରେ ୨ ଯୁବ ଶିଳ୍ପୀ ବାଲୁକା କଳା ଓ ବିଶ୍ବର ସର୍ବକ୍ଷୁଦ୍ର ଶିବଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏହାସହ ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ବାଲୁକା କଳାରେ ଦେଇଛନ୍ତି ବାର୍ତ୍ତା ।
ବ୍ରହ୍ମପୁରର ଦୁଇ ଯୁବ ଶିଳ୍ପୀଙ୍କ କଳାକୃତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ବାଲୁକା ଶିଳ୍ପୀ ସତ୍ୟ ମହାରଣା ଏହି ଅବସରରେ ଏକାଧିକ କଳାକୃତ୍ତିମାନ ପ୍ରସ୍ତୁତ କରିଛନ୍ତି । ପଥରରେ ବିଶ୍ବର କ୍ଷୁଦ୍ରତମ ଶିବଲିଙ୍ଗ ଓ ମୂର୍ତ୍ତି ନିର୍ମାଣ କରିଛନ୍ତି । ଶିବଲିଙ୍ଗର ଉଚ୍ଚତା ୨ ମି.ମି ଏବଂ ମୂର୍ତ୍ତିର ଉଚ୍ଚତା 5 ମି.ମି ରହିଛି । ନିଜର ପୂର୍ବ ରେକର୍ଡକୁ ନିଜେ ଭାଙ୍ଗିବା ସହ ଏହି ଅବସରରେ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରି ବିଶ୍ବରେ ଶାନ୍ତି ବଜାୟ ପାଇଁ ୮ ଟନ୍ ବାଲିରେ କଳାକୃତି ମାଧ୍ୟମରେ ଦେଇଛନ୍ତି ବାର୍ତ୍ତା ।