ବ୍ରହ୍ମପୁର: ସ୍ବଚ୍ଛତା ପାଇଁ ବ୍ରହ୍ମପୁର ମହାନଗର ନିଗମକୁ ମିଳିଲା ବେଷ୍ଟ ମିଡିୟମ୍ ସିଟି ଇନ୍ ଇନୋଭେସନ ଓ ବେଷ୍ଟ ପ୍ରାକ୍ସିସ ପୁରସ୍କାର ।ବ୍ରହ୍ମପୁରକୁ ଏହି ପୁରସ୍କାର ମିଳିବା ପରେ ଗଞ୍ଜାମ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ଦେଇଛନ୍ତି ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଖୁସି ଜାହିର କରିଛନ୍ତି । ଏଭଳି ପୁରସ୍କାର ଘୋଷଣା ପରେ ଏହି ସଫଳତାକୁ ନେଇ ନିଗମର କମିଶନରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ଏବଂ ୱାର୍ଡର କମିଟି ଭଳି ସମସ୍ତ କର୍ମକର୍ତ୍ତାଙ୍କୁ ସଫଳତାର ଶ୍ରେୟ ଦିଆଯାଇଛି ।