ଓଡିଶା

odisha

ETV Bharat / city

ଖାଲଖମା ଭରା ରେଶମ ନଗରୀ ରାସ୍ତା, କେବେ ସରିବ ଜାନିବିଲି ପ୍ରକଳ୍ପ କାମ? - ବ୍ରହ୍ମପୁରର ଜାନିବିଲି ପ୍ରକଳ୍ପ କାମ

ରେଶମ ନଗରୀ ବ୍ରହ୍ମପୁରର କେତେକ ପ୍ରମୁଖ ରାସ୍ତା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସହରରେ ଚାଲିଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟରେ ପାଇପ୍ ବିଛାଇବା ଠାରୁ ଆରମ୍ଭ କରି ଜନସ୍ବାସ୍ଥ ବିଭାଗର କେତେକ କାର୍ଯ୍ୟ ପାଇଁ ମୁଖ୍ୟ ରାସ୍ତାକୁ ଖୋଳି ଦିଆଯାଉଛି । ଫଳରେ ଯାତାୟତରେ ବାଧା ଉପୁଜୁଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 12, 2019, 4:32 PM IST

ବ୍ରହ୍ମପୁର: ରେଶମ ନଗରୀ ବ୍ରହ୍ମପୁର । ମହାନଗର ନିଗମକୁ ସୁନ୍ଦର ସହର ଭାବରେ ପରିଣତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଛି ଉଦ୍ୟମ । ହେଲେ ସହରରେ ଚାଲିଥିବା ଜାନିବିଲି ପ୍ରକଳ୍ପ କାର୍ଯ୍ୟରେ ପାଇପ୍ ବିଛାଇବା ଠାରୁ ଆରମ୍ଭ କରି ଜନସ୍ବାସ୍ଥ ବିଭାଗର ପକ୍ଷରୁ କରାଯାଉଥିବା କେତେକ କାର୍ଯ୍ୟ ପାଇଁ ମୁଖ୍ୟ ରାସ୍ତାକୁ ଖୋଳି ଦିଆଯାଉଛି । ଫଳରେ ଯାତାୟତରେ ବାଧକ ସାଜିଛି ଖାଲଖାମ ଭରା ରାସ୍ତା ।

ସହରର ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ଗୋଷାଣି ନୂଆଗାଁ ଥାନା ସମ୍ମୁଖ ରାସ୍ତା, ବିଜିପୁରୁ ଠାରୁ ଗୋଷାଣି ନୂଆଗାଁ ରାସ୍ତା, ଆମ୍ବପୁଆ ଭଳି ପ୍ରମୁଖ ସ୍ଥାନରେ ଥିବା ରାସ୍ତା ଏବେ ବି ବିପର୍ଯ୍ୟସ୍ତ । ଯାହାକୁ ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ବ୍ୟକ୍ତିବିଶେଷ ଯାତାୟତରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଏଭଳି ଚିତ୍ର ଦିନେ କି ଦୁଇ ଦିନର ନୁହଁ । ଗତ କିଛି ମାସ ଧରି ଲାଗି ରହିଛି ଏ ସମସ୍ୟା । ଏହାକୁ ସମାଧାନ କରିବାରେ କେହି ଗୁରୁତ୍ୱ ଦେଉନାହାଁନ୍ତି । ଏହି ଖାଲଢିପ ରାସ୍ତାରେ ଅନେକ ବ୍ୟକ୍ତିବିଶେଷ ଯାତାୟତ କରିବାକୁ ସୁରକ୍ଷିତ ମଣୁନଥିବା କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଗୋଟିଏ ପଟେ ପ୍ରମୁଖ ରାସ୍ତା ଖାଲଖମାରେ ଭରପୁର ରହିଥିବା ବେଳେ ଅନ୍ୟପଟେ ବର୍ଷା ସମୟରେ ବହୁ ସ୍ଥାନରେ ପାଣି ଜମି ରହୁଥିବାରୁ ଏହି ସମସ୍ୟା ଦ୍ବିଗୁଣିତ ହୋଇଛି । ଫଳରେ ଅନେକ ଛୋଟ ବଡ ଦୁର୍ଘଟଣା ଘଟୁଥିବାର ନଜର ରହିଛି । ଗତ କିଛିଦିନ ତଳେ କିଛି ଛାତ୍ରଛାତ୍ରୀ ମିଳିତ ଭାବରେ ରାସ୍ତାରେ ଖାଲଖମାକୁ ମରାମତି କରିବାକୁ ପ୍ରୟାସ କରିଥିଲେ । ସେପଟେ ଏଭଳି ବିଷୟକୁ ନେଇ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହାକୁ ପ୍ରଶାସନ ପକ୍ଷରୁ ଗୁରୁତର ସହ ନେଇଥିବା ସେ ଜଣାଇଛନ୍ତି। ଜାନିବିଲି ପ୍ରକଳ୍ପ କାର୍ଯ୍ୟ କରୁଥିବା ସଂସ୍ଥାକୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details