ଓଡିଶା

odisha

ETV Bharat / city

ସାବିତ୍ରୀ ବ୍ରତ ପୂର୍ବରୁ ସ୍ୱାମୀକୁ ଶୀଳପୁଆରେ ଛେଚି ହତ୍ୟା କଲା ପତ୍ନୀ - ସ୍ୱାମୀକୁ ଶୀଳପୁଆରେ ଛେଚି ହତ୍ୟା କଲା ପତ୍ନୀ

ବ୍ରହ୍ମପୁର ସହରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଶୀଳପୁଆରେ ଛେଚି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି କାରଣରୁ ଏହିପରି ଘଟିଥିବା ନୁମାନ କରାଯାଉଛି ।

murder
ସାବିତ୍ରୀ ବ୍ରତ ପୂର୍ବରୁ ସ୍ୱାମୀକୁ ଶୀଳପୁଆରେ ଛେଚି ହତ୍ୟା କଲା ପତ୍ନୀ

By

Published : May 17, 2020, 9:01 AM IST

ବ୍ରହ୍ମପୁର :ଆଉ ଦିନ କେତେଟା ପରେ ବିବାହିତ ମହିଳା ମାନେ କରିବେ ସାବିତ୍ରୀ ବ୍ରତ । ଏହା ପୂର୍ବରୁ ବ୍ରହ୍ମପୁର ସହରରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଶୀଳପୁଆରେ ଛେଚି ହତ୍ୟା କରିଥିବାର ଅଭିଯୋଗ ହୋଇଛି ।

ସହରର ଗେଟ ବଜାର ଅନ୍ତର୍ଗତ ବଗୁଲି ସାହିରେ ରହୁଥିବା ବେଙ୍ଗ ବେହେରାଙ୍କୁ ତାଙ୍କ ପତ୍ନୀ ମୁଣ୍ଡକୁ ପିଟି ହତ୍ୟା କରିଥିବା ବେଳେ ହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ। କିନ୍ତୁ ପାରିବାରିକ ଅଶାନ୍ତି କାରଣରୁ ଏହିପରି ଘଟିଥିବା ନୁମାନ କରାଯାଉଛି ।

ଘରେ ରୋଷେଇରେ ବ୍ୟବହୃତ ହେଉଥିବା ଶୀଳ ପୁଆରେ ପିଟି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଏହି ଘଟଣା ଜାଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବେଙ୍ଗଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଭଳି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details