ଓଡିଶା

odisha

ETV Bharat / city

ଆହତ ଧଳା ପେଚା ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ - ଧଳା ପେଚା

ବର୍ତ୍ତମାନର କୋରୋନା ରୂପକ ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ ଜାରି ରହିଛି । ତେବେ ଏଭଳି ସମୟରେ ଖାଦ୍ୟ ପାଇଁ ପଶୁପକ୍ଷୀ ଏକ ପ୍ରକାର ଡହଳ ବିକଳ ହେଉଛନ୍ତି । ଅଧିକ ପଢନ୍ତୁ...

ଆହତ ଧଳା ପେଚା ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ
ଆହତ ଧଳା ପେଚା ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ

By

Published : Apr 14, 2020, 7:43 AM IST

ବ୍ରହ୍ମପୁର: ସହରରୁ ଆହତ ଅବସ୍ଥାରେ ଏକ ଧଳା ପେଚାକୁ ଉଦ୍ଧାର କରାଯାଇଛି । ଚିକିତ୍ସା କରାଯିବା ପରେ ବନବିଭାଗକୁ ଏହା ହସ୍ତାନ୍ତର କରାଯାଇଛି । ସହରର ଗାନ୍ଧୀନଗର ଛକ ନିକଟରେ ଏହି ପ୍ରଜାତିର ପେଚା ଗଛରୁ ପଡି ଛଟପଟ ହେଉଥିଲା ।

ତେବେ ସ୍ଥାନୀୟ ଲୋକେ ଦେଖିବା ପରେ କେତେକ ପଶୁପ୍ରେମୀ ଘଟଣାସ୍ଥଳରେ ପହଞ୍ଚି ପଶୁ ଚିକିତ୍ସାଳୟକୁ ଖବର ଦେଇଥିଲେ । ଚିକିତ୍ସକମାନେ ଆଘାତ ପକ୍ଷୀଟିର ବାମ ଡେଣାରେ ସାମାନ୍ୟ ଅସ୍ତ୍ରୋପଚାର କରିବା ପରେ ସେ ସୁସ୍ଥ ଥିବା କୁହାଯାଇଛି । ଏହାପରେ ପେଚାକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା ।

ବର୍ତ୍ତମାନର କୋରୋନା ରୂପକ ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ ଜାରି ରହିଛି । ତେବେ ଏଭଳି ସମୟରେ ଖାଦ୍ୟ ପାଇଁ ପଶୁପକ୍ଷୀ ଏକ ପ୍ରକାର ଡହଳ ବିକଳ ହେଉଛନ୍ତି । ତେବେ ଏପରି ସମୟରେ ଧଳା ପେଚା ଉଦ୍ଧାର ହେବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details