ଓଡିଶା

odisha

ETV Bharat / city

ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ

ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ଼ଲେ ଶିଶୁ ଶାବକଙ୍କ ବିରଳ ଦୃଶ୍ୟ । ଏକା ସାଙ୍ଗରେ ହଜାର ହଜାର ଶାବକଙ୍କ ଆରମ୍ଭ ହୋଇଛି ନୂତନ ଯାତ୍ରା । ଅଧିକ ପଢନ୍ତୁ

ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ
ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ

By

Published : May 31, 2022, 4:35 PM IST

ବ୍ରହ୍ମପୁର:ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ଦିନ ପରେ ଏବେ ଅଣ୍ଡାରୁ ବାହାରିଛନ୍ତି ଶାବକ । ଫଳରେ ଏବେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡ଼ଲେ ଶାବକ । ବଙ୍ଗୋପସାଗରର ବାଲୁକାରାଶିରେ କୁନି କୁନି ପାଦରେ ସମୁଦ୍ରର ମଧ୍ୟକୁ ଚାଲି ଯାଉଛନ୍ତି ଏମାନେ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ଏବେ ଶାବକଙ୍କ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।

ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ

ମୁଖ୍ୟତଃ ଗଣଅଣ୍ଡାଦାନ ପରେ ବେଳାଭୂମିର ବାଲୁକା ରାଶିରେ ୪୫ରୁ ୫୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମଗ୍ରହଣ କରିଥାନ୍ତି । ହେଲେ ଚଳିତବର୍ଷର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଅଣ୍ଡା ନଷ୍ଟ ହୋଇଯାଇଥିଲେ ମଧ୍ୟ ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ଶାବକ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଚଳିତବର୍ଷ ରେକର୍ଡ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଥିବା ବେଳେ ବର୍ତ୍ତମାନର ଏହି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି, ବ୍ରହ୍ମପୁର ବନଖଣ୍ଡର ଅତିରିକ୍ତ ବନ ସଂରକ୍ଷକ ।

ସେପଟେ ଏଭଳି ଏକ ମନୋରମ ଦୃଶ୍ୟ ଅତ୍ୟନ୍ତ ଚିତାକର୍ଷକ ହୋଇଥିବା ବେଳେ କିଭଳି ଏମାନଙ୍କୁ ସୁରକ୍ଷିତ ଭାବେ ସମୁଦ୍ରକୁ ଯିବେ ସେ ନେଇ ଅନେକ ଧ୍ୟାନ ଦିଆଯାଉଥିବା କହିଛନ୍ତି ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତିର କର୍ମକର୍ତ୍ତା । ପାଳିବନ୍ଧ ଗ୍ରାମ ପଞ୍ଚାୟତ ଓ ଋଷିକୂଲ୍ୟା ସାମୁଦ୍ରିକ କଇଁଛ ସୁରକ୍ଷା ସମିତି ପକ୍ଷରୁ ସମସ୍ତ ସ୍ବେଚ୍ଛାସେବୀ ଓ ବନବିଭାଗର ଅଧିକାରୀ ମାନେ ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଇଛି ।

ପ୍ରତ୍ୟେକ ବର୍ଷ ନିର୍ଦ୍ଧିଷ୍ଟ ସମୟରେ ଏହି ବିରଳ ପ୍ରଜାତିର ଅଲିଭ୍ ରିଡଲେ କଇଁଛ ମାନେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣର ନିକଟବର୍ତ୍ତୀ ଗଭୀର ବଙ୍ଗୋପସାଗର ଜଳରାଶିକୁ ମିଳନ ପରେ ଗଣ ଅଣ୍ଡାଦାନ ଏବଂ ପରିଶେଷରେ ଅଣ୍ଡାରୁ କୁନି ଶାବକ ମାନଙ୍କ ନୂତନ ଯାତ୍ରା ଜାରି ରହିଥାଏ । ଏଣୁ ଅଲିଭ୍ ରିଡଲେ ମାନେ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ ଭାବରେ ଧରି ନେଇଥିବାରୁ ପ୍ରତ୍ୟେକ ବର୍ଷ ଏହି ପ୍ରକ୍ରିୟା ଦେଖିବାକୁ ମିଳିଥାଏ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details